ସକାଳ ୮ଟାରୁ ଗଣନା କାର୍ଯ୍ୟ ଆରମ୍ଭ କରାଯିବ



 ଅର୍ଗସ ବ୍ୟୁରୋ: ଜୁନ ୪ରେ ଆସିବ ଜନାଦେଶ। ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତ ରହିଛନ୍ତି। ନିଷ୍ପତ୍ତି ଅନୁଯାୟୀ ସକାଳ ୮ଟାରୁ ଗଣନା କାର୍ଯ୍ୟ ଆରମ୍ଭ କରାଯିବ। ନିର୍ବାଚନର ମହାପର୍ବ ସରିଛି । ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଷ୍ଟ୍ରଙ୍ଗରୁମରେ ଇଭିଏମ ଥିବା ବେଳେ ଏବେ ଅପେକ୍ଷା ଜୁନ୍ ୪କୁ । ଭୋଟ ଗଣତି ପାଇଁ ରାଜ୍ୟରେ ପ୍ରାୟ ୭୦ଟି ଭୋଟ ଗଣତି କେନ୍ଦ୍ରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ 4ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ମେ 13, ମେ 20, ମେ 25 ଓ ଜୁନ 1 ତାରିଖରେ ହୋଇଥିଲା ଭୋଟ ଗ୍ରହଣ।

ତେବେ ଇଲେକ୍ସନ୍ ଭୋଟ୍ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଥିବା ବେଲେ ତମାମ୍ ଏକଜିଟ୍ ପୋଲ୍ କରିଛନ୍ତି ପୂର୍ବାନୁମାନ କରିଛନ୍ତି ବିଜେପିର ବମ୍ପର ବିଜୟ ସହ ଦେଶରେ ପୁଣି ଥରେ ହେବ ମୋଦି ସରକାର। ସେହିପରି ଓଡ଼ିଶାରେ ବି ଡବଲ୍ ଇଞ୍ଜିନ୍ ସରକାର ନେଇ ଆକଳନ କରିଛନ୍ତି କେତେକ ସର୍ଭେ ସଂସ୍ଥା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post