ଅର୍ଗସ ବ୍ୟୁରୋ: ନୀଳଗିରି ବ୍ଲକ କାଂଶ ରେ ଅଦିନିଆ କାଳବୈଶାଖୀ ଝଡ଼ ପବନ ଶହ ବର୍ଷ ହୋଇଥିଲା । ବର୍ଷା ହେବା ଯୋଗୁଁ ଏକ ବିଶାଳ ବରଗଛ ଗଡି ଦୁଇ ଜଣଙ୍କ ଘର ଭାଙ୍ଗିଥିବା ବେଳେ ଅଳ୍ପକେ ବର୍ତିଛନ୍ତି ପରିବାର ଲୋକେ। ବିଦ୍ୟୁତ ଖୁଣ୍ଟ ମଧ୍ୟ ଗଡି ପଡିଛି । ଗଛ ପଡି ଗ୍ରାମର ପୁରସ୍ତମ୍ ଖମାରି ଙ୍କ ଘର ଭାଂଗିଥିବା ବେଳେ ଅନେକ ଆସବାପାତ୍ର ନଷ୍ଟ ହୋଇଛି। ଅଳ୍ପକେ ବର୍ତିଛନ୍ତି ପୁରା ପରିବାର। ସେହି ଗଛ ପଡି ହରିଶ୍ଚନ୍ଦ୍ର ଖମାରୀଙ୍କ ଗୋରୁ ଗୁହାଳ ମଧ୍ୟ ଭାଙ୍ଗିଥିବା ଅଭିଯୋଗ ହୋଇଛି।
ଖବର ପାଇ ନୀଳଗିରି ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରୀ କରିଥିବା ବେଳେ ସମ୍ପୂର୍ଣ୍ଣ ଉଦ୍ଧାର ହୋଇପାରିବ ନାହିଁ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ। ସ୍ଥାନୀୟ ପ୍ରଶାସନ ପକ୍ଷରୁ NDRF ସାହାଯ୍ୟରେ ଉଦ୍ଧାର କରିବା ସହ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପାଇଁ ଦାବୀ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର