14 ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତାବ

 

Proposal to open Ratnabhandara on 14th-july

ପୁରୀ: ଶେଷ ହେଲା ରତ୍ନଭଣ୍ଡାର ତଦାରଖ କମିଟିର ଦ୍ୱିତୀୟ ବୈଠକ । ଆସନ୍ତା 14 ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ତଦାରଖ କମିଟିର ପ୍ରସ୍ତାବ । ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ତାଲା ଖୋଲାଯିବା ନେଇ ସରକାରଙ୍କୁ ଅନୁରୋଧ କରାଯିବ । ଚାବିରେ ନଖୋଲିଲେ ତାଲା ଭଙ୍ଗାଯିବ । 

ଆଜିର ବିବରଣୀ ପରିଚାଳନା କମିଟିକୁ ପ୍ରଦାନ କରାଯିବ । ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ।  ମରାମତି ପାଇଁ ମଧ୍ୟ ଏସଓପି କରାଗଲା । ଅସ୍ଥାୟୀ ରତ୍ନଭଣ୍ଡାର ଦେଖାଯାଇଛି । ସେଠାରେ ରତ୍ନ ଅଳଙ୍କାର ରଖାଯିବ ।  

ଗଣତିମଣତି ହେଉଛି ଲମ୍ବା ପ୍ରକ୍ରିୟା । ସ୍ୱତନ୍ତ୍ର ବଣିଆ ଚିହ୍ନଟ ହେବ ଗଣତିମଣତି ପାଇଁ । ଡୁପ୍ଲିକେଟ୍ ଚାବି ଆଜି ବୈଠକରେ ଦାଖଲ ହୋଇନାହିଁ । ଆସନ୍ତା 14 ତାରିଖରେ ଯେନତେନ ପ୍ରକାର ତାଲା ଖୋଲାଯିବ । 

ଏ ମାସ ଭିତରେ ରତ୍ନଭଣ୍ଡାର ଖୋଲାଯିବ: ଆଇନ ମନ୍ତ୍ରୀ

Post a Comment (0)
Previous Post Next Post