ହୋଟେଲ ସ୍ବାଦରେ ପୋଲିସ

 

raid-in-hotel-swad

କେନ୍ଦ୍ରାପଡା:  ହୋଟେଲ ସ୍ବାଦରେ ପୋଲିସ । ରାଜନଗର ତହସିଲଦାରଙ୍କ ସହ ପୋଲିସ ଫୋର୍ସ ହୋଟେଲ ନିକଟରେ ମୁତୟନ ହୋଇଛନ୍ତି । ପୁରା ଟିମ୍‌ ହୋଟେଲ ସ୍ବାଦରେ ରେଡ୍‌ କରିବ । ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ । ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଛି ପ୍ରଶାସନର ନିଦ ।

ଅର୍ଗସ ନ୍ୟୁଜ ଏ ନେଇ ପ୍ରଥମେ ଅନୁସନ୍ଧାନ ମୁଳକ ଖବର ପରିବେଷଣ କରିଥିଲା.. ସୂର୍ଯ୍ୟ ଲେଙ୍କା ନାଁରେ ଥିବା 24 ଡିସମିଲ ଜମିକୁ ଲାଗି ଥିବା ଦେଢ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ହୋଟେଲ ଓ ଲଜ ତିଆରି କରି ଧ୍ରୁବ ରଙ୍ଗଶାଳା ଚଳାଉଥିବାର ଆସିଥିଲା ସଂଙ୍ଗୀନ ଅଭିଯୋଗ। ତେବେ ଜିଲ୍ଲାପ୍ରଶାସନ ତଦନ୍ତ କରିବାକୁ କହିବା ପରେ କେନ୍ଦ୍ରାପଡା କଂଗ୍ରେସ ବିଧାୟକ  ଧ୍ରୁବ ସାହୁଙ୍କ ନାଁରେ ଆଣିଛି ସଙ୍ଗୀନ ଅଭିଯୋଗ ।  ଜଙ୍ଗଲ ବୋର୍ଡର ସଦସ୍ୟ ଥିବା ବେଳେ ନିଜ କ୍ଷମତାର ଅପବ୍ୟବହାର କରି ସୂର୍ଯ୍ୟଲେଙ୍କାଙ୍କୁ ଅବୈତନିକ ବନ୍ୟପ୍ରାଣୀ ତତ୍ବବଧାରକ ନିଯୁକ୍ତ ପାଇଁ ସୁପାରିଶ କରିଥିଲେ ଧ୍ରୁବ । ପରେ ସୂର୍ଯ୍ୟଙ୍କ ନାଁରେ ନିଜେ ଜଙ୍ଗଳ ଜମି  ଜବର ଦଖଲ କରିବା ସହ  ଜଙ୍ଗଲ ବିଭାଗରୁ ଚାନ୍ଦା ଆଦାୟ କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ଧ୍ରୁବଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବେଆଇନ  ସାମ୍ରାଜ୍ୟର ଉଚ୍ଛେଦ ପାଇଁ ଦାବି କରି ପଟ୍ଟାମୁଣ୍ଡାଇରେ ବିକ୍ଷୋଭ କରିଛି କଂଗ୍ରେସ। 

ଡେରାପକାଉଥିଲେ ବଡ ନେତା, ରାତି ରାତି ରହୁଥିଲେ ଅଭିନେତ୍ରୀ

ରାଜନଗର ଭିତରକନିକା ଅଭୟାରଣ୍ୟ ନିକଟ ବାଙ୍କୁଆଳରେ ସୂର୍ଯ୍ୟଙ୍କ ନାଁରେ ସ୍ବାଦ ହୋଟେଲ୍ କରି ଜଙ୍ଗଲଜମି ଜବରଦଖଲ ସଂଙ୍ଗୀନ ଅଭିଯୋଗ ଆସିଛି  ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ନାଁରେ । ନଜି ପ୍ରଭାବ ଓ କ୍ଷମତା ବଳରେ ଜଙ୍ଗଲ ଜମି ଜବର ଦଖଲ କରିଥିଲେ ବି ଦୀର୍ଘ ଦିନ ଚୁପ ବସିଛି ଜିଲ୍ଲା ପ୍ରଶାସନ ଓ ବନବିଭାଗ । ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ ବୋଲି ଦଳର  ନେତା କହୁଥିଲେ ବି ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀ ହି ଏହାକୁ ଭୁଲ ପ୍ରମାଣିତ କରିଛି । ଏଠି ପ୍ରଶ୍ନ  କାହିଁକି ଚୁପ ବିଜେଡି ମୁଖିଆ । ନବୀନ ନିବାସର କେଉଁ କୋଣରେ ନବୀନ । ତାଙ୍କ ପାଖେ ବିଜେଡି ବିଧାୟକଙ୍କୁ ଏ କେଳେଙ୍କାରୀର ଖବର ଅଛି ନା ନାହିଁ । ଯଦି ଅଛି କେବେ ଧ୍ରୁବଙ୍କ ବିରୋଧରେ ଆକ୍ନନ ନେବେ ନବୀନ` ।


Post a Comment (0)
Previous Post Next Post