ଛତିଶଗଡରୁ କୋଣାର୍କ ବୁଲି ଆସିଥିବା ପର୍ଯ୍ୟଟକ ଗାଡି ଦୁର୍ଘଟଣା ଗ୍ରସ୍ତ, ୮ ଆହତ

 


ଅର୍ଗସ ବ୍ୟୁରୋ:  ଆଜି ମଧ୍ୟାନ ସମୟରେ ଛତିଶଗଡରୁ କୋଣାର୍କ ବୁଲି ଆସିଥିବା ପର୍ଯ୍ୟଟକ ଗାଡି କୋଣାର୍କ ଖଲ୍ଲିକୋଟପାଟଣା ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି l ସୂଚନା ଅନୁସାରେ ଛତିଶଗଡର ଏହି ପର୍ଯ୍ୟଟକ ପ୍ରଥମେ ପୁରୀ ବୁଲିସାରିବା ପରେ କୋଣାର୍କ ମଧ୍ୟ ବୁଲିଥିଲେ । ଫେରିବା ବାଟରେ ଖଲ୍ଲିକୋଟପାଟଣାଠାରେ ଏକ କାରକୁ ଅତିକ୍ରମ କରିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ବସରେ ମୋଟ 42 ଜଣ ଥିବାବେଳେ ଡ୍ରାଇଭର ସମେତ ମୋଟ 8 ଜଣ ଆହତ ହୋଇଛନ୍ତି l ସେଥି ମଧ୍ୟରୁ 3ଜଣ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନରେ ହୋଇଛନ୍ତି l

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Post a Comment (0)
Previous Post Next Post