ଅର୍ଗସ ବ୍ୟୁରୋ: ଉତ୍ତରଘୁମୁସର ବନଖଣ୍ଡ ଅଧିନ ଜଗନାଥପ୍ରସାଦ ହଜପଲ୍ଲୀ ଏକ ଗାଈ ଗୁହାଳରୁ ଗାଈ ଓ ବାଛୁରୀକୁ ଟାଣି ନେଇ ବାଘ ଖାଇଦେଇଥିବା ଅଭିଯୋଗ ଆସିଛି । ସପଙ୍ଗ ଗ୍ରାମର କୌଳାସ ନାୟକ ପ୍ରତିଦିନ ଭଳି ନିଜ ଗାଈଗୋଠକୁ ହଜପଲ୍ଲୀ ଜଙ୍ଗଲ ନିକଟରେ ବାନ୍ଧି ରଖିଥିଲେ। ଗତକାଲି ରାତିରେ ବର୍ଷା କାରଣରୁ ଆଉ ଗାଈ ପାଖକୁ ଯାଇପାରି ନ ଥିଲେ । ସକାଳୁ ଯାଇ ଦେଖିବା ବେଳକୁ ଗାଈ ଗୁଡିକ ପଘା ଛିଡାଇ ଏପଟ ସେପଟ ବୁଲୁଛନ୍ତି ।
ପାଖକୁ ଯାଇ ଦେଖି ଜାଣିବାକୁ ପାଇଥିଲେ ରାତିରେ ବାଘ ଆସି ସେଠାରୁ ବାଛୁରୀକୁ ଟାଣି ଘୋଷାରି ନେଇଛି । ଗୋଟିଏ ଗାଈର ମଧ୍ୟ ସନ୍ଧାନ ମିଳୁ ନ ଥିବା ଗୋପାଳକ ପ୍ରକାଶ କରିଛନ୍ତି । ନିକଟରୁ ବାଘର ପାଦଚିହ୍ନ ଓ ଘୋଷାରି ନେବାର ଚିହ୍ନ ଠାବ କରାଯାଇଛି । ଖବର ପାଇ ବନବିଭାଗ ପହଞ୍ଚି ବାଘ କେଉଁଦିଗକୁ ଯାଇଛି ତଦନ୍ତ ଆରମ୍ଭ କରିଛନ୍ତି ।
ଗତ ଦୁଇଦିନ ପୂର୍ବେ ଏହି ଅଞ୍ଚଳର ତିରିକୁପା ଠାରେ ମଧ୍ୟ ଏକ ବାଛୁରୀକୁ ବାଘ ମାରିଖାଇଥିବା ବେଳେ ବାଛୁରୀର କ୍ଷତବିକ୍ଷତ ଶରୀର ଉଦ୍ଧାର ହୋଇଥିଲା। ଏବେ ବାଘକୁ ନେଇ ଅଞ୍ଚଳରରେ କୋକୁଆ ଭୟ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
