ଅର୍ଗସ ବ୍ୟୁରୋ : ଉଚ୍ଚ ଶିକ୍ଷା ବିଭାଗ ପାଇଁ ଆସିଲା ଗାଇଡଲାଇନ। ହଷ୍ଟେଲ କ୍ୟାଣ୍ଟିନ ଓ କଲେଜ ପରିସରରେ ପିଲାଙ୍କୁ ଅସ୍ୱାସ୍ଥ୍ୟକର ଖାଦ୍ୟ ବା ଜଙ୍କ ଫୁଡ଼ ନ ଦେବା ପାଇଁ ଚିଠି କଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ ହେବ ଏହି ନିୟମ। ବିଭିନ୍ନ ପ୍ରକାର ଜଙ୍କ ଫୁଡ଼ ଖାଇ ବହୁତ କମ ବୟସରୁ ପିଲାମାନେ ଅନେକ ରୋଗର ଶିକାର ହେଉଛନ୍ତି। ଡାଇବେଟସ, ମେଦ ବହୁଲତା ଏଭଳି ଅନେକ ରୋଗର ଶିକାର ହେଉଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ତେଣୁ ଏ ଦିଗରେ କଲେଜ କର୍ତ୍ତୃପକ୍ଷ ପିଲାଙ୍କୁ ସଚେତନ କରାଇବେ। ଯାହାକୁ ନେଇ ଶିକ୍ଷାବିତ ମନଙ୍କର ମତ ଯେ କେବଳ ଚିଠି ବା ନିର୍ଦେଶକୁ କଲେ ହେବ ନାହିଁ, ପ୍ରଥମେ ଘର ଓ ପରିବାରରେ ଅଭିଭବକ ମାନେ ସ୍ୱସ୍ଥ୍ୟକର ଖାଦ୍ୟ ପିଲାଙ୍କୁ ଦେଲେ ସେମାନେ ପରିବର୍ତ୍ତନ ହେବେ। ଜଙ୍କ ଫୁଡ଼ ଛାଡି ଘରୋଇ ଖାଦ୍ୟ ଖାଇବେ ବୋଲି ମତ ଦେଇଛନ୍ତି ଶିକ୍ଷାବିତ ଡ଼ ଅମୀୟ ମହାନ୍ତି।
