ଦୀର୍ଘ ବର୍ଷ ପରେ ଦକ୍ଷିଣ ଆଫ୍ରିକାରେ ହେଲା ବରଫ ଝଡ: ଲୋକେ ଉତ୍ସାହିତ

 ଅର୍ଗସ ବ୍ୟୁରୋ: ଏକ ଦଶନ୍ଧିରୁ ଅଧିକ ସମୟ ପରେ ଦକ୍ଷିଣ ଆଫ୍ରିକାର ସବୁଠାରୁ ବଡ ସହର ଜୋହାନ୍ସବର୍ଗରେ ସୋମବାର ଦିନ ଆଶ୍ଚର୍ଯ୍ୟଜନକ ଭାବେ ବରଫ ଝଡ ଦେଖିବା ପାଇଁ ମିଳିଥିଲା । ଏବଂ ଏତେ ବର୍ଷର ବ୍ୟବଧାନ ପରେ ବରଫ ଝଡ ଦେଖି ଆଫ୍ରିକାର ଲୋକମାନେ ଉତ୍ସାହିତ ହୋଇପଡିଥିଲେ। 

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଶେଷଥର ବରଫ ଝଡ଼ ୨୦୧୨ ମସିହାରେ ଦେଖିବା ପାଇଁ ମିଳିଥିଲା । ଏବେ ପୁଣି ବରଫ ଝଡ ହେବା ପରେ ସେଠି ରହିଥିବା ବାସିନ୍ଦାମାନେ ହାତରେ ବରଫ ଧରି ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ପୋଷ୍ଟ କରି ନିଜର ଆନନ୍ଦ ପ୍ରକାଶ କରିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 

Post a Comment (0)
Previous Post Next Post