ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ

 

As there was no road to the village, the patient was carrying on the bed

ଅର୍ଗସ ବ୍ୟୁରୋ:  ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତର ହେମାମୁରା ଗ୍ରାମର ଖମଣସାହି ଓ ମୁଣ୍ଡାସାହିରେ ପ୍ରାୟ ୫୦ ପରିବାର ବସବାସ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ  ଗାଁକୁ ସ୍ଥାୟୀ ରାସ୍ତାଟିଏ ନାହିଁ ଆଗରୁ ଯେଉଁ ରାସ୍ତା ରେ ଯାଉଥିଲେ ଏବେ ତାହା ପାଖରେ ଯାଇଥିବା ରେଳ ଲାଇନ ର ସମ୍ପ୍ରସାରଣ ଯୋଗୁ ରାସ୍ତା ଟି କୁ ସମ୍ପୂର୍ଣ୍ଣ ଭାବରେ ମାଟି ଖୋଲି ଅଣ୍ଡର ବ୍ରିଜ କାମ ନିର୍ମାଣ ଚାଲିଛି । ଆଉ ଗୋଟିଏ ରାସ୍ତାରେ ବର୍ଷା ଯୋଗୁଁ ନାଳରେ ପାଣି ଆସିବାରୁ ଯାତାୟତ ବାଧାସୃଷ୍ଟି ହେଉଛି।  ତେଣୁ ଖମଣସାହି ଓ ମୁଣ୍ଡାସାହିର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଥ‌ିବାରୁ ଉକ୍ତ ସାହି ମଧ୍ୟକୁ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ଯାଇ ପାରୁନାହିଁ |

ଯାହା ଦ୍ୱାରା ଗ୍ରାମର ରୋଗୀ ମାନଙ୍କୁ ଖଟିଆରେ ବୁହାହୋଇ ଟ୍ରେନ ଲାଇନ ଟ୍ରାକ କୁ ଡେଇଁ ମେଡିକାଲ କୁ ନେବାକୁ ପଡୁଛି,ଏଠି ସହିତ ଗ୍ରାମ ର ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଯିବା ଅସିବା ପାଇଁ ବହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିଛି। ଏଣୁ ଗ୍ରାମବାସୀ ମାନେ ଯାତାଯାତ ପାଇଁ ଅତିଶୀଘ୍ର ସ୍ଥାୟୀ ରାସ୍ତାଟିଏ  ଦେବାକୁ ଓ ବାରମ୍ବାର ଦାବୀ ପତ୍ର ଦେଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଶୁଣୁ ନ ଥିବା ଗ୍ରାମ ବାସୀ ଜଣାଇଛନ୍ତି ।ଶେଷରେ ଆଜି ଗୋଟିଏ ରୋଗୀଙ୍କୁ ଖଟିଆରେ ବୁହାହୋଇ ରେଢ଼ାଖୋଲ ଡାକ୍ତର ଖାନା କୁ ନେଇଥିବା ଜଣାପଡିଛି।ରାସ୍ତା  ଓ ନାଳରେ ବ୍ରିଜ଼ ଟିଏ ଅତିଶୀଘ୍ର କରାଯାଉ ବୋଲି ଗ୍ରାମ ବାସୀ ସରକାର ଙ୍କୁ ଅନୁରୋଧ କରିଛନ୍ତିl

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post