ଦୁଇ ପ୍ରସ୍ତାବିତ ପ୍ରକଳ୍ପକୁ ତ୍ବରାନ୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

 

Dharmendra thanked the

ଅର୍ଗସ ବ୍ୟୁରୋ: ତ୍ବରାନ୍ବିତ ହେବ କୋଷ୍ଟାଲ ହାଇୱେ ଓ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ । ଦୁଇଟି ପ୍ରସ୍ତାବିତ ପ୍ରକଳ୍ପକୁ ତ୍ବରାନ୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରରେ ସଡ଼କପଥ କ୍ଷେତ୍ରରେ ଓଡ଼ିଶାରେ ହେବ ନୂଆ ସୂର୍ଯ୍ୟୋଦୟ । ପ୍ରାୟ ୨୩ ହଜାର ୮୮୨ କୋଟି ଟଙ୍କା ବ୍ୟୟରେ ୪୧୩ କିମି ଲମ୍ବ ଚାରି ଲେନ୍ ବିଶିଷ୍ଟ ‘କୋଷ୍ଟାଲ ହାଇଓ୍ୱେ’ ତିନୋଟି ସେକ୍ସନରେ ନିର୍ମାଣ ହେବ । 

ଭାରତମାଳା ପରିଯୋଜନାରେ  ରାମେଶ୍ବରରୁ ରତନପୁର, ରତନପୁରରୁ ଦୀଘା ଏବଂ ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ନିର୍ମାଣ ହେବ ଉପକୂଳ ରାଜପଥ । ୬ ହଜାର ୯୨ କୋଟି ଟଙ୍କା ବ୍ୟୟରେ ୧୧୧ କିମି ବିଶିଷ୍ଟ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆଗକୁ ବଢିଛି । ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକକୁ ସଂଯୋଗ କରୁଥିବା ପ୍ରସ୍ତାବିତ ୬ ଲେନ୍ ବିଶିଷ୍ଟ ରିଙ୍ଗ୍ ରୋଡ୍ ପ୍ରକଳ୍ପ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସୋସିଆଲ ମିଡିଆ `X'ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଷ୍ଟ କରିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 

Post a Comment (0)
Previous Post Next Post