ବରଗଡ : ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ । ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଚି ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ। ସୂଚନା ଅନୁଜାୟୀ ପାରିବାରିକ କଳହରୁ ନିଶାଗ୍ରସ୍ତ ହୋଇ ବାପାଙ୍କୁ ପୁଅ ମାରିଥିବା ଗାଁ ଲୋକେ କହୁଛନ୍ତି । ଡୁଙ୍ଗୁରିପାଲି ଗାଁର ଧନଞ୍ଜୟ ଅଜଗର ଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ,ଦୁଇ ପୁଅ ଓ ବୋହୁ। ମିଳିଥିବା ସୂଚନା ଅନୁସାରେ ଧନଞ୍ଜୟ ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ କଜିଆ ଲାଗି ରହିଥାଏ।
ଅଧିକ ପଢନ୍ତୁ : ପୁଅ ବାହାଘର ଦିନ ଚାଲିଗଲା ବାପାର ଜୀବନ
ତାଙ୍କ ବଡ଼ପୁଅ ବିଦ୍ୟାଧର ମା ର ଦୁଃଖ ଯନ୍ତ୍ରଣା ସହି ନ ପାରି ମା କୁ ମାମୁଁ ଘରକୁ ପଠାଇ ଦେଲା। ବାପା ନିଶା ଗ୍ରସ୍ତ ହୋଇ ମୋ ସ୍ତ୍ରୀ କୁ କାହିଁକି ପଠାଇଛୁ କହି ବାପ ମଧ୍ୟ୍ୟରେ କଜିଆ ଲାଗିଥିଲା। ତେବେ ଗତ ରାତିରେ ପୁଅ ନିଶାଗ୍ରସ୍ତ ହୋଇ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଓ ଲହୁଲୁହାଣ କରି ପକାଇ ଦେଇଥିଲା। ପରେ ପଡୋଶୀ ଖବର ପାଇ ଧନଞ୍ଜୟଙ୍କୁ ଡାକ୍ତରଖାନା ନେଇଥିଲେ । ଉଚ୍ଚତର ଚିକିତ୍ସା ପାଇଁ ବୁର୍ଲା ନେଇଥିଲେ , ତେବେ ଚିକିତ୍ସିତ ଅବସ୍ଥାରେ ଧନଞ୍ଜୟଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳୁଛି ।
