କ୍ରସର ଉପରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଚଢ଼ାଉ ଜାରି



 ଅର୍ଗସ ବ୍ୟୁରୋ:  କ୍ରସର ଉପରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଚଢ଼ାଉ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନସ୍ଥ ବାଜବାଟି ଅଞ୍ଚଳରେ ଥିବା କେତେକ କ୍ରସର ଉପରେ ଆଜି ଜିଲ୍ଲା ଖଣି ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ବିଭିନ୍ନ ସମୟରେ ବାଜବାଟି, ଆରୁହା, ବିଛାଖଣ୍ଡି, ଡଙ୍କାରି, ରାହାଡପୁର, ବାଘୁଆ ଅଞ୍ଚଳରେ କଳାପଥର ବ୍ୟବସାୟ ହୋଇଥାଏ। ତେବେ ଏହା ପଛରେ କୋଟି କୋଟି ଟଙ୍କାର ରାଜସ୍ବ ହେରାଫେରି ହେଉଥିବା ନେଇ ଧର୍ମଶାଳା ର ବିଧାୟକ ହିମାଂଶୁ ଶେଖର ସାହୁ ଜିଲ୍ଲା ଖଣି ଅଧିକାରୀ ଙ୍କୁ ପତ୍ର ଲେଖି ବନ୍ଦ କରିବାକୁ ଦାବି କରିଥିଲେ। ଯାହାର ଫଳ ସ୍ୱରୂପ ଆଜି ବାଜବାଟି ଅଞ୍ଚଳ ରେ ଥିବା କ୍ରାସର ଗୁଡିକରେ କେତେ ବେଆଇନ କଳା ପଥର ଗଚ୍ଛିତ ଅଛି ତାକୁ ନେଇ ମାପଚୁପ ଆରମ୍ଭ ହୋଇଛି। ପରେ ଜରିମାନା ଧାର୍ଯ୍ୟ କରାଯିବ ବୋଲି ଜଣା ପଡିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post