ପ୍ରାକୃତିକ ଦୁର୍ବିପାକ; 308 ଜଣ ପ୍ରାଣ ହରାଇଥିବାବେଳେ 200 ରୁ ଉର୍ଦ୍ଧ୍ୱ ହେଲେଣି ନିଖୋଜ

 

ପ୍ରାକୃତିକ ଦୁର୍ବିପାକ; 308 ଜଣ ପ୍ରାଣ ହରାଇଥିବାବେଳେ 200 ରୁ ଉର୍ଦ୍ଧ୍ୱ ହେଲେଣି ନିଖୋଜ

ଅର୍ଗସ ବ୍ୟୁରୋ: ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ । କେରଳ ୱାଏନାଡ଼ରେ ପ୍ରକୃତିର ତାଣ୍ଡବରେ 300 ଟପିଲା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା 308 ଜଣ ପ୍ରାଣ ହରାଇଥିବାବେଳେ ନିଖୋଜ ଅଛନ୍ତି 200ରୁ ଅଧିକ ଲୋକେ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ । ପ୍ରବଳ ବର୍ଷା ଭିତରେ ହିଁ ଚାଲିଛି ମାଟି ତଳୁ ଜୀବନ ଖୋଜା ।

ମୃତ୍ୟୁ ଆସିଲା ଅଚେତ ଅବସ୍ଥାରେ, ଭସାଇନେଲା ନିମିଷକରେ

ଅନେକ ‌ଲୋକ ମାଟି ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଥିବାରୁ ସେନା, ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାରରେ ଅହରହ ନିୟୋଜିତ ରହିଛନ୍ତି । ସେପଟେ ଭୂସ୍ଖଳନ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ସାରିଥିବା ଗାଁ ଗୁଡ଼ିକରୁ ଅତିରିକ୍ତ ୧୩୮୬ ଜଣଙ୍କୁ ଉଦ୍ଧାର କରାଯାଇ ୭ଟି କ୍ୟାମ୍ପରେ ରଖାଯାଇଛି ।

ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ

ଏପଟେ କେରଳରେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦଙ୍କ ମୃତ୍ୟୁ ଖବର ପରେ ଭାଙ୍ଗି ପଡିଛନ୍ତି ପୁରା ପରିବାର । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ । ସେପଟେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ଖୋଜ୍ ଖବର ମିଳୁନଥିବା ବେଳେ ଝାରସୁଗୁଡ଼ାର ସ୍ବୀକୃତି ମହାପାତ୍ର ଏବେବି ଭେଣ୍ଟିଲେଟରରେ ଅଛନ୍ତି ।

Post a Comment (0)
Previous Post Next Post