ଆଜି ଓଡ଼ିଶା ଆସୁଛି କେରଳରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦଙ୍କ ମୃତଦେହ

 

The body of the doctor Bishnu Prasad, who died in Kerala, is arriving in Odisha today

ଭୁବନେଶ୍ୱର:  ଆଜି ଓଡ଼ିଶା ଆସୁଛି କେରଳରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ । ସମ୍ପର୍କୀୟ ଦାଦାଙ୍କ ସହ ମୃତଦେହକୁ ସଡ଼କ ପଥରେ ପଠାଯାଇଛି । ଗତ 29 ତାରିଖରେ ବାଙ୍ଗାଲୋରରୁ ୱାୟନାଡ଼ ବୁଲିବାକୁ ଯାଇଥିଲେ କଟକ ଚୌଦ୍ବାର ଅଞ୍ଚଳର ବିଷ୍ଣୁପ୍ରସାଦ ଚିନ୍ନାରା ଓ ତାଙ୍କ ପତ୍ନୀ।

ତାଙ୍କ ସାଙ୍ଗରେ ଯାଇଥିଲେ ଡାକ୍ତର ସ୍ବାଧୀନ ପଣ୍ଡା ଓ ତାଙ୍କ ବାନ୍ଧବୀ ସ୍ବୀକୃତି ମହାପାତ୍ର । ହଠାତ୍ ଭୂସ୍ଖଳନ ହେବାରୁ ନିଖୋଜ ହୋଇଯାଇଥିଲେ 4 ଜଣ । ପରେ ବିଷ୍ଣୁପ୍ରସାଦଙ୍କ ପତ୍ନୀ ଓ ସ୍ବାଧୀନଙ୍କ ବାନ୍ଧବୀ ସ୍ବୀକୃତି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ମେଡିକାଲରେ ସେମାନଙ୍କର ଚିକିତ୍ସା ଜାରି ରହିଥିବାବେଳେ ବିଷ୍ଣୁପ୍ରସାଦ ଚିନ୍ନାରା ମୃତଦେହ ଠାବ ହୋଇଥିବା ଖବର ପହଞ୍ଚିଥିଲା । ଯାହାକୁ ନେଇ ବିଷ୍ଣୁପ୍ରସାଦଙ୍କ ପରିବାର ଲୋକେ ଭାଙ୍ଗି ପଡିଥିବାବେଳେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ଏବେ ବି ପତ୍ତା ମିଳିନାହିଁ ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Post a Comment (0)
Previous Post Next Post