କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ "ମୁଁ ବି ସମର୍ଥ" ଆୟୋଜିତ

 

Career counseling program "I can do it" is organized

ଅର୍ଗସ ବ୍ୟୁରୋ: ସୁନାବେଡ଼ା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ "ମୁଁ ବି ସମର୍ଥ" ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅଭାସି ମାଧ୍ୟମରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ମହାନିର୍ଦ୍ଦେଶକ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ।  ଆୟୁର୍ବେଦ ବିଜ୍ଞାନ ଶିକ୍ଷା ଲାଭ ସହ ଉଦ୍ୟୋଗୀ ଦିଗରେ ଅନେକ ସୁଯୋଗ ରହିଛି ବୋଲି କହିଛନ୍ତି । ଏଥିସହ ଔଷଧିୟ ବୃକ୍ଷ ଓ ସୁଗନ୍ଧି ଫସଲ ଚାଷ ଦ୍ଵାରା ଅନେକ ଆତ୍ମନିର୍ଭର ହୋଇପରିବେ ବୋଲି ମଧ୍ୟ କହିଥିଲେ। ତାହାସହ ଅନ୍ୟତମ  ଅତିଥି ଭାବେ ସି ଏସଆଇଆର ନିଷ୍ଟର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡକ୍ଟର ସ୍ୱପ୍ନାଲି ହାଜାରିକ ଯୋଗ ଦେଇ ମହିଳା ମାନଙ୍କ ପାଇଁ  କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ରହିଥିବା ଫେଲୋସିପର ସୁବିଧା ସଂପର୍କରେ କହିଥିଲେ। ଡେରାଡୁନରେ ଥିବା  ଭାରତୀୟ ପେଟ୍ରୋଲିୟମ ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡକ୍ଟର ପଙ୍କଜ ଆର୍ଯ୍ୟ ଯୋଗ ଦେଇ ଛାତ୍ରୀ ମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଚିନ୍ତା କଲେ କ୍ୟାରିୟର ଗଢ଼ିପାରିବେ ବୋଲି କହିଥିଲେ l

ମୁଁ ବି ସମର୍ଥ କାର୍ଯକ୍ରମର ସଂଯୋଜକ ତଥା ବିଜ୍ଞାନ ସଞ୍ଚାରକ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ରହି ଭାରତରେ ଥିବା ବିଭିନ୍ନ ବିଜ୍ଞାନ ଶିକ୍ଷା ଓ ଗବେଷଣା କରିପାରିବେ ସେ ବିଷୟରେ ଭିଡିଓ ମାଧ୍ୟମରେ ବୁଝାଇ ଥିଲେ। ସୁନାବେଡ଼ା ମହିଳା  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଇନ୍ଦିରା ପ୍ରିୟଦର୍ଶିନୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପକ ସିମlଞ୍ଚଳ ଦାସ ଧନ୍ୟବାଦ ଦେଇଥିଲେ । ଶେଷରେ କୁଇଜ୍ ପ୍ରତିଯୋଗୀ ଓ ମହାକାଶ ଦିବସ ପାଳନ ଅବସରରେ  ଆୟୋଜିତ ବିଭିନ୍ନ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି କଳା ଓ ଧନ୍ଦା ମୂଳକ ଛାତ୍ରୀ ମାନଙ୍କ ପାଇଁ ମଧ କ୍ୟାରିୟର କାଉନସେଲିଂ କାର୍ଯକ୍ରମ ଆୟୋଜିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଅଯୋଧ୍ୟା ସ୍ଥିତ ଅନ୍ତାର୍ଜାତୀୟ ରାମ କଥା ସଂଗ୍ରାହଳୟର ନିର୍ଦ୍ଦେଶକ ଡକ୍ଟର ସଞ୍ଜୀବ କୁମାର ସିଂ ଯୋଗ ଦେଇ ଇତିହାସ ସଂଗ୍ରହାଳୟ ଓ ମୂର୍ତ୍ତି ବିଜ୍ଞାନରେ କିପରି କ୍ୟାରିୟର କରିପାରିବେ ସେ ବିଷୟରେ ଭିଡିଓ ମାଧ୍ୟମରେ ବୁଝାଇ ଥିଲେ l ଅନ୍ୟତମ ଅତିଥି ଭାବେ   ଓଡ଼ିଶାର ବିଶିଷ୍ଟ ବାନ୍ଧ କଳାର ବିଶାରଦ ଡକ୍ଟର ସୁରେନ୍ଦ୍ର କୁମର ମେହେର ଯୋଗ ଦେଇ ବାନ୍ଧ କଳାରେ ରହିଥିବା ବିଭିନ୍ନ ଶିକ୍ଷା ଓ ଉଦ୍ୟୋଗୀ ସମ୍ଭାବନା ସମ୍ପର୍କରେ ବୁଝାଇ ଥିଲେ।  ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପିକା ଅନୁରିତା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।


Post a Comment (0)
Previous Post Next Post