ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜରେ ଏକ ଦନ୍ତାହାତୀର ମୃତ୍ୟୁ

 

Death of a elephan

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ଅଞ୍ଚଳର ପୁଣି ଏକ ଦନ୍ତାହାତୀର ମୃତ୍ୟୁ। ଟାଙ୍ଗି ରେଞ୍ଜ ଡମଣଭୂଇଁ ଭଣ୍ଡାରୀଝର ଗାଁ ନିକଟରେ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି ଏକ ସାରୁ ବିଲରେ ମୃତ୍ୟୁ ବରଣ କରିଛି। ମୃତହାତୀର ଆନୁମାନିକ ବୟସ ୨0ବର୍ଷ ହେବ। 

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ବନବିଭାଗର ଖୋର୍ଦ୍ଧା ଡିଏଫ୍ଓ, ଆରସିସିଏଫ୍, ଏସିଏଫ, ଟାଙ୍ଗି ରେଞ୍ଜର ପହଞ୍ଚି ଅନୁସନ୍ଧାନ ଚଲାଇଛନ୍ତି। ହାତୀର ଶୁଣ୍ଢରୁ ରକ୍ତ ବାହାରୁଛି। ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଖୋର୍ଦ୍ଧା ଡିଏଫ୍ଓ କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post