ଭୂମିହୀନଙ୍କୁ ପଟ୍ଟା ମିଳିଛି ହେଲେ ଜମି ଦେଇନାହାନ୍ତି ପୂର୍ବ ସରକାର


 

ଅର୍ଗସ ବ୍ୟୁରୋ:  ଗୃହରେ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର ।  ଭୂମିହୀନଙ୍କୁ ପଟ୍ଟା ମିଳିଛି ହେଲେ ଜମି ଦେଇ ନାହାନ୍ତି ପୂର୍ବ ସରକାର । ଗତ ସରକାର ଲିଫଲେଟ ବାଣ୍ଟିଲା ଭଳି ପଟ୍ଟା ବାଣ୍ଟିଦେଇଛି। କିନ୍ତୁ ଯେଉଁ ପ୍ରକ୍ରିୟା ହେବା କଥା ହୋଇନାହିଁ. । ଫାଇଲ ଖୋଲା ହୋଇନି କି ବ୍ୟକ୍ତି ଅନୁସନ୍ଧନ ନାହିଁ କି କିଛି ପ୍ରକ୍ରିୟା ହୋଇନି ।ଏମିତି କି ବାପା ପଟ୍ଟା ପାଇଥିଲେ ହେଲେ ପୁଅ ସେ ପଟ୍ଟାକୁ ଧରି ବୁଲୁଛି ହେଲେ ଏଯାଏଁ ଜମି ପାଉନି । ଏ ସରକାରରେ ସେମାନଙ୍କୁ ଠାବ କରିବା ପାଇଁ ସର୍ଭେ ଆରମ୍ଭ ହୋଇଛି । 5 ବର୍ଷ ଭିତରେ ସବୁ ସମସ୍ୟାର ସମାଧାନ ହେବ। ପୂର୍ବ ସରକାର ଲୋକଙ୍କୁ ଭୂଆଁ ବୁଲାଇ ଟଙ୍କା ଲୁଟୁଥିଲେ। ଯେଉଁଥି ପାଇଁ ଆଜି ବି ଅନେକ ଗରିବ ପରିବାର ପାଖରେ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡେ ନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post