ମଣିଷ ସହ ନୁହେଁ ଜଙ୍ଗଲୀ ଭାଲୁ ସହ ମୁହାଁମୁହିଁ


 

ଅର୍ଗସ ବ୍ୟୁରୋ: ବୌଦ୍ଧ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜ ଅତଳସରା ଗ୍ରାମର ପଦ୍ମ ଚରଣ ନାୟକ ଆଜି ସକାଳୁ ନିଜ ବିଲ କୁ ଚାଷ କାର୍ଯ୍ୟ ଦେଖିବା ପାଇଁ ଯାଇଥିଲେ । ଜଙ୍ଗଲ ନିକଟରେ  ତିନୋଟି ଭାଲୁ ଥିବା  ଦେଖି ସେଠାରୁ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଉଥିବା ସମୟରେ ଏକ ଭାଲୁ ପଛପଟୁ ଆକ୍ରମଣ କରିଥିଲା l ଉଭୟ ଙ୍କ ମଧ୍ୟରେ ବହୁ ସଂଘର୍ଷ ହୋଇଥିଲା ଶେଷରେ ଏକ  ପଥର ଦ୍ୱାରା ପଦ୍ମ ଚରଣ ଆକ୍ରମଣ କରିବାରୁ ଭାଲୁ ଜଙ୍ଗଲ କୁ ଦୌଡ଼ି ପଳାଇ ଥିଲା । କିନ୍ତୁ ଯୁବକ ଜଣଙ୍କର ଭାଲୁ ଆକ୍ରମଣ ରେ ଗୋଡ଼ ଆଉ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ନିକଟସ୍ତ ମେଡିକାଲ ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସେଠାରେ ଗୁରୁତର ହେବାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନନ୍ତରିତ ହୋଇଥିବା ଜଣାପଡ଼ିଛି । ତୁରନ୍ତ ଗୁରୁତର ବ୍ୟକ୍ତି କୁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଥିବା ବେଳେ ଯୁବକ ଙ୍କ ସାହାସିକତା କୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post