କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ଦେଶବ୍ୟାପୀ କମ୍ପନ

 

Kolkata doctor rape-murder: IMA's 24-hour nationwide strike today

ଅର୍ଗସ ବ୍ୟୁରୋ:  କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ଦେଶବ୍ୟାପୀ କମ୍ପନ । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଡାକରାରେ ସକାଳ 6ଟାରୁ ଆରମ୍ଭ ହୋଇଛି ଦେଶବ୍ୟାପୀ ଡାକ୍ତରଙ୍କ ଧାରଣା । ଜାରି ରହିବ କେବଳ ଜରୁରୀକାଳୀନ ସେବା । ସେପଟେ ମଧ୍ୟରାତ୍ରିରେ ହସପିଟାଲରେ ଭଙ୍ଗାରୁଜା ଘଟଣା ନେଇ ମମତା ସରକାରଙ୍କୁ ଧିକ୍କାର କରିଛନ୍ତି କୋଲକାତା ହାଇକୋର୍ଟ । ଡାକ୍ତରୀ ସମୁଦାୟର ସୁରକ୍ଷା ନେଇ ଆକ୍ସନ ମୋଡରେ ମୋଦି ସରକାର । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳର ନିର୍ଦ୍ଦେଶ, ଡାକ୍ତରଙ୍କ ପ୍ରତି ହିଂସା ଘଟଣାରେ ୬ ଘଣ୍ଟାରେ FIR । ଆଇଏମ୍‌ଏ ଅଧୀନରେ ୬ହଜାରରୁ ଅଧିକ ଡାକ୍ତର ଧାରଣାରେ ସାମିଲ ହୋଇଛନ୍ତି । ପୂରା ଘଟଣାରେ ଉଭୟ ଡାହାଣୀ ଓ ଗୁଣିଆ ଭୂମିକାରେ ମମତା ସରକାର।

ଗୋଟେପଟେ ତାଙ୍କ ରାଜ୍ୟର ଅନ୍ୟତମ ସର୍ବପୁରାତନ ମେଡିକାଲ କଲେଜ ପରିସରରେ ଏତେବଡ଼ କାଣ୍ଡ ହେଲା ଅଥଚ ଅଭିଯୁକ୍ତଙ୍କୁ ଧରିବାରେ ଫେଲ ମାରିଲା ବଙ୍ଗ ପୋଲିସ। ଅନ୍ୟପକ୍ଷରେ ସିବିଆଇ ହାତକୁ ତଦନ୍ତ ଗଲା ପରେ ହସପିଟାଲ ପରିସରରୁ ପ୍ରମାଣ ନଷ୍ଟ ପାଇଁ କରାଗଲା ପ୍ରୟାସ। ତଦନ୍ତ ଚାଲିଥିବା ବେଳେ ଘଟଣା ଘଟିଥିବା ମେଡିକାଲ କଲେଜର କନ୍ଫରେନ୍ସ ହଲକୁ ରିନୋଭେସନ କରାଗଲା। ୧୪ ତାରିଖ ମଧ୍ୟ ରାତିରେ ହଜାର ହଜାର ଉପଦ୍ରବୀ ମୋଡିକାଲ କଲେଜରେ ପଶି ଭଙ୍ଗାରୁଜା କଲେ। ମମତାଙ୍କ ଇଣ୍ଟେଲିଜେନ୍ସ ଜାଣିପାରିଲା ନାହିଁ। ଆଉ ଶୁକ୍ରବାର ମମତା ନିଜ ଦଳୀୟ କର୍ମୀଙ୍କ ସହ ରସ୍ତାକୁ ଓହ୍ଲାଇ ଦୋଷୀଙ୍କୁ ଫାଶିଦଣ୍ଡ ଦାବିରେ କରିଛନ୍ତି ଶୋଭାଯାତ୍ରା। ମମତା ବାନାର୍ଜୀଙ୍କ ଏହି ଦୋମୁହାଁ ଚରିତ୍ରକୁ ନେଇ ବର୍ଷିଛି ବିଜେପି।

ଅଧିକ ପଢ଼ନ୍ତୁ ଦେଶ ଖବର:

Post a Comment (0)
Previous Post Next Post