ଟଏଲେଟ୍ ଫ୍ଲସ୍‌ରେ ରେଞ୍ଜର ବାବୁ ଲୁଚାଇ ରଖିଥିଲେ ଟଙ୍କା


 

ଢେଙ୍କାନାଳ:  ଟଏଲେଟ୍ ଫ୍ଲସ୍‌ରେ ରେଞ୍ଜର ବାବୁ ଲୁଚାଇ ରଖିଥିଲେ ଟଙ୍କା । ଭିଜିଲାନ୍ସ ରେଡ୍ ବେଳେ ରେଞ୍ଜର ବାବୁଙ୍କ ଏ କାରନାମା ଦେଖି ତାଜୁବ ହୋଇଛି । ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଘର ଟଏଲେଟ୍ ଫ୍ଲସ୍‌ରେ ଟଙ୍କା ରଖିଥିଲେ । ରେଡ୍ ବେଳେ ଏହାକୁ ଜବତ କରିଛନ୍ତି ଅଧିକାରୀ । 

ଢେଙ୍କାନାଳ ସଦର ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌


ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଛି । ରେଞ୍ଜ ଅଫିସ, କାଲଟାକ୍ସ ସ୍ଥିତ ଘର, ଖୁଣ୍ଟୁଣି ଥାନା ରାହାଙ୍ଗୋଳ ସ୍ଥିତ ଫାର୍ମ ହାଉସ,  କଟକ ବୀରକିଶୋରପୁର ସ୍ଥିତ ପୈତୃକ ବାସଭବନ, ଭୁବନେଶ୍ବର ଜିଜିପି କଲୋନୀ ସ୍ଥିତ ଘରେ ଭିଜିଲାନ୍ସ ଚଢାଉ ଚାଲିଛି ।


Post a Comment (0)
Previous Post Next Post