ହିନ୍ଦୀ ଭାଷାରେ ରିଲିଜ୍ ହେଲା ଚଳଚ୍ଚିତ୍ର ସହିଦ୍ ରଘୁ ସର୍ଦ୍ଦାର

 

Shaheed Raghu Sardar movie released in Hindi language

ଭୁବନେଶ୍ୱର:  ୭୮ ତମ ସ୍ବାଧିନତା ଦିବସ ରେ ହିନ୍ଦୀ ଭାଷାରେ ରିଲିଜ୍ ହେଲା ଚଳଚ୍ଚିତ୍ର ସହିଦ୍ ରଘୁ ସର୍ଦ୍ଦାର।ପୂର୍ବରୁ ଏହି ଚଳଚ୍ଚିତ୍ର ଓଡ଼ିଆ ଭାଷାରେ ରିଲିଜ୍ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରର ଲୋକ ଙ୍କୁ ପୁଣି ଥରେ ଏହି ଚଳଚ୍ଚିତ୍ର ଦେଖାଇବା ପାଇଁ ପ୍ରୟାସ କରିଚି ପ୍ରଯୋଜନା ସଂସ୍ଥା।ବ୍ରିଟିଶ ଶାସକ ଭାରତୀୟମାନଙ୍କୁ ଅତ୍ୟାଚାର କରିବା ଆରମ୍ଭ କଲେ, ସେତେବେଳେ ରଘୁ ଥିଲେ ଯୁବ ବୟସର। କୋଲକାତାରେ ବଙ୍ଗୀୟ ଲୋକମାନେ ଯେତେବେଳେ ନିରବ ଥିଲେ, ସେତେବେଳେ ପ୍ରଥମେ ଓଡ଼ିଆ ଯୁବକ ରଘୁ ପଟ୍ଟନାୟକ ହିଁ ଇଂରେଜ ବିରୋଧରେ ସ୍ବର ଉଠାଇଥିଲେ।

ଧୀରେ ଧୀରେ ସେଠାରେ ରହୁଥିବା ଓଡ଼ିଆ ଏବଂ ସ୍ଥାନୀୟ ବଙ୍ଗ ବାସିନ୍ଦା ମଧ୍ୟ ରଘୁଙ୍କ ସହ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ସାମିଲ ହେଇଥିଲେ। ରଘୁ ପଟ୍ଟନାୟକ ଏହାପରେ ରଘୁ ସର୍ଦ୍ଦାର ନାମରେ ପରିଗଣିତ ହେଲେ। ତାଙ୍କରି ସଂଗ୍ରାମୀ ଜୀବନୀ ଉପରେ ପର୍ଯ୍ୟବସିତ ନୂଆ ଚଳଚ୍ଚିତ୍ର ‘ରଘୁ ସର୍ଦ୍ଦାର’ର କାହାଣୀ।ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଦେବାଶିଷ ଓ କାବ୍ୟାକିରଣ। ଏ ଦୁହିଁଙ୍କ ବ୍ୟତୀତ ପୁଷ୍ପା ପଣ୍ଡା ,ରୁଦ୍ର, ଜିନା, ସନ୍ତୋଷ, ଟ୍ବିଙ୍କଲ୍, ସୁଧାକର ବସନ୍ତ ଓ ନିଜେ ନିର୍ଦ୍ଦେଶକ ରାଜୀବ ମହାନ୍ତିଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି।ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଡା. ବିଶ୍ୱନାଥ ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ମହାନ୍ତି। ସଂଳାପ ଲେଖିଛନ୍ତି ରଜନୀରଂଜନ ଏବଂ ସଂଗୀତ ସଜାଇଛନ୍ତି ବିକାଶ ଶୁକ୍ଳା। 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

Post a Comment (0)
Previous Post Next Post