କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା, ଭାବପ୍ରବଣ ପୋଷ୍ଟ ଶେୟାର କଲେ ସେଲିବ୍ରେଟି

 

Alia Bhatt, Kareena Kapoor Khan express solidarity

ଅର୍ଗସ ବ୍ୟୁରୋ:  କୋଲକାତାର ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ସବୁଠି ଚର୍ଚ୍ଚା। ସବୁ ଷ୍ଟାରମାନେ ଏହାକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ ଶେୟାର କରିଛନ୍ତି। ଏହି ଘଟଣାକୁ ନିନ୍ଦା କରିବା ସହ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଏହାକୁ ନେଇ ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ଭାବପ୍ରବଣ ପୋଷ୍ଟ୍ କରି ଲେଖିଛନ୍ତି- ‘ମୁଁ ବି ଯଦି ପୁଅ ହୋଇଥାଆନ୍ତି, ମୁଁ ବି କବାଟ କୋଲାକରି ଶୋଇଥାନ୍ତି, ମୁଁ ବି ଯଦି ପୁଅ ହୋଇଥାଆନ୍ତି, ମୁଁ ସାଙ୍ଗମାନଙ୍କ ସହିତ ସାରା ରାତି ବୁଲିଥାନ୍ତି, ମୁଁ ବି ଯଦି ପୁଅ ହୋଇଥାଆନ୍ତି, ମୁଁ ସମସ୍ତଙ୍କୁ କହୁଥିବା ଶୁଣିଛି ଯେ ଝିଅକୁ ଶିକ୍ଷିତ କର, ତାକୁ ପଢ଼ା ଲେଖା କରିବାକୁ ଦିଅ ।କିନ୍ତୁ ଝିଅମାନଙ୍କ ପାଇଁ ସୁରକ୍ଷାକୁ ନେଇ କୌଣସି ପ୍ରକାରର ସୁବିଧା ଆସୁନାହିଁ। ବାରମ୍ୱାର ସେହିଭଳି ଘଟଣା ଘଟୁଛି। କୋଲକାତା ଘଟଣାକୁ ନେଇ  ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରତିକ୍ରିୟା ରଖିଛନ୍ତି। ଅଭିନେତ୍ରୀ ଏକ ଲମ୍ବା ପୋଷ୍ଟ ଲେଖି ମହିଳାଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି।

‘ଆଉ ଏକ ଦୁଷ୍କର୍ମ। ଆଉ ଗୋଟିଏ ଦିନ ହେଲା ମହିଳାମାନେ କେଉଁଠି ସୁରକ୍ଷିତ ନୁହଁନ୍ତି । ଆଉ ଏକ ଭୟଙ୍କର ଦୁଷ୍କର୍ମ ଆମକୁ ମନେ ପକାଇ ଦେଉଛି ଯେ ନିର୍ଭୟା ଦୁଃଖଦ ଘଟଣା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଆସିଛି ଏବଂ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ଏହା ସହ ଆଲିଆ ହସ୍ପିଟାଲରେ କାର୍ଯ୍ୟରତ ମହିଳା ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ କଥା ସେୟାର କରିଛନ୍ତି ।

‘ଆମେ ସମସ୍ତ ମହିଳାମାନେ କେମିତି ଅନୁଭବ କରିବା ଉଚିତ୍? ଆମେ କିପରି କାମକୁ ଯାଇ ଆମର ଦୈନନ୍ଦିନ ଜୀବନ ଯାପନ କରିବୁ । ଏହି ଘଟଣା ଗୁଡ଼ିକ ସ୍ମରଣ କରାଇ ଦେଉଛି ଯେ, ଆମ ମହିଳାମାନଙ୍କୁ ଆମ ସୁରକ୍ଷାର ଭାର ବହନ କରିବାକୁ ପଡ଼ୁଛି। ଦୟାକରି ମହିଳାମାନଙ୍କୁ ସେମାନଙ୍କର ମାର୍ଗ ଏବଂ ସ୍ଥାନ ପରିବର୍ତ୍ତନ କରିବାକୁ କୁହନ୍ତୁ ନାହିଁ। ପ୍ରତ୍ୟେକ ମହିଳା ଭଲ ପାଇବାକୁ ଯୋଗ୍ୟ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Post a Comment (0)
Previous Post Next Post