ସୁଗାର ନିୟନ୍ତ୍ରଣ କରିବ ନାଶପାତି

 

health-benefits-of-pear-nashpati

ଅର୍ଗସ ବ୍ୟୁରୋ: ସୁଗାର ରୋଗୀ ମାନେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାରର ଉପଚାର ବ୍ୟବହୀର କରିଥାନ୍ତି । ସେଥିର୍ ପୁଣି ଖାଇବାର ଟିକେ ଏପଟ ସେପଟ ହେଲେ ସୁଗାରର ସ୍ତର ବଢିଯାଇଥାଏ ।କିନ୍ତୁ ଏହି ଫଳ ସୁଗାର ରୋଗୀଙ୍କ ପାଇଁ ଔଷଧ ପରି କାମ କରିଥାଏ । ବର୍ତ୍ତମାନ ବର୍ଷା ଋତୁ ଆସିଯାଇଛି ଆଉ ଏହି ଋତୁରେ ନାଶପାତି ଅତି ସହଜରେ ବଜାରରେ ମିଳିଯାଉଛି । 

ଏହାର ସ୍ଵାଦ ଯେମିତି ତା'ଠାରୁ ଅଧିକ ଶରୀର ପାଇଁ ପୋଷକ ତତ୍ଵରେ ଭରପୂର ହୋଇ ରହିଛି । ଡାକ୍ତରଙ୍କ କହିବାନୁସାରେ ନାଶପାତି ପ୍ରତିଦିନ ଗୋଟାଏ ଲେଖାଁଏ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ ବଢିଥାଏ । ଏହାକୁ ଖାଇବା ଦ୍ଵାରା ଓଜନ ମଧ୍ୟ କମାଇଥାଏ । ଆଉ ସୁଗାର ରୋଗୀ ଏହାକୁ ପ୍ରତିଦିନ ଖାଇବା ଦ୍ଵାରା ସେମାନଙ୍କୁ ଅନେକ ଫାଇଦା ମିଳଇଥାଏ । ଏହା ଦ୍ଵାରା ସୁଗାର ନିୟନ୍ତ୍ରଣରେ ରହିଥାଏ । ଖାଲି ସେତିକି ନୁହେଁ ଯଦି ଶରୀରରେ ଆଇରନର ଆଭାବ ରହିଥାଏ ତାହା ମଧ୍ୟ ପୂରଣ କରିଥାଏ । 

ଅଧିକ ପଢନ୍ତୁ ଜୀବନଶୌଳୀ ଖବର

Post a Comment (0)
Previous Post Next Post