ସ୍ଥାନୀୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ

 

19-fm-station-to-be-set-up-in-odishas-6-cities
NEWS HIGHLIGHTS
  • ସ୍ଥାନୀୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ
  • ରାଜ୍ୟର 6ଟି ସହରରେ ହେବ 19ଟି ନୂଆ FM ରେଡିଓ ଷ୍ଟେସନ
  • ମନରଞ୍ଜନ ସହ ମିଳିବ ପାଣିପାଗ ସୂଚନା ସହ ତାଜା ଖବର 
  • ଖୁବଶୀଘ୍ର ପୁରୀ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସମ୍ବଲପୁର ଓ ଗଞ୍ଜାମରେ ହେବ FM ଷ୍ଟେସନ 
  • ରାଜ୍ୟରେ ଘରୋଇ ଏଫଏମ ରେଡିଓ ସେବା ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
     

ଅର୍ଗସ ବ୍ୟୁରୋ: ଘରୋଇ ଏଫଏମ ରେଡିଓ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନୀୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ସରକାରଙ୍କ ପ୍ରୋତ୍ସାହନ । ଖୁବଶୀଘ୍ର ପୁରୀ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ସମ୍ବଲପୁରରେ 3ଟି ଲେଖାଏ ଏବଂ ବ୍ରହ୍ମପୁରରେ ହେବାକୁ ଯାଉଛି 4ଟି ନୂଆ ଘରୋଇ ଏଫଏମ ରେଡିଓ ଷ୍ଟେସନ । ବୁଧବାର ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଭାରତର 234ଟି ସହରରେ 730ଟି ଘରୋଇ ଏଫଏମ ରେଡିଓ ସେବା ସମ୍ପ୍ରସାରଣକୁ ମିଳିଛି ଅନୁମୋଦନ । ଏହାମଧ୍ୟରେ ରହିଛି ଓଡ଼ିଶାର 6ଟି ସହରରେ 19ଟି ପ୍ରାଇଭେଟ୍‌‌ ଏଫ୍‌‌ଏମ୍‌‌ ରେଡିଓ ଷ୍ଟେସନ୍ ।   

ପୁରୀରେ 3 ନୂଆ ଏଫଏମ ଷ୍ଟେସନ ହେବାକୁ ଯାଉଥିବାରୁ ଖୁସି ପ୍ରକାଶ କରିଛନ୍ତି ଶ୍ରୀକ୍ଷେତ୍ରବାସୀ । ମାତୃଭାଷାରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ସହ ଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ଏହା ବେଶ ସହାୟକ ହେବ । ଏହି ପଦକ୍ଷେପ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସୃଜନଶୀଳତାକୁ ପ୍ରୋତ୍ସାହନ କରିବ ବୋଲି ପୁରୀବାସୀ କହିଛନ୍ତି । ଜନହିତକର ପଦକ୍ଷେପ ପାଇଁ ବାରିପଦାବାସୀ ମୋଦି ସରକାରକୁ ଧନ୍ୟବାଦ ଦେଇଛନ୍ତି । FM ମାଧ୍ୟମରେ ଗରିବ ଲୋକମାନେ କୃଷି, ପାଣିପାଗ ସୂଚନା ପାଇପାରବେ ବୋଲି କହିଛନ୍ତି ଭଦ୍ରକବାସିନ୍ଦା । 

ରାଜ୍ୟର 5ଟି ସହରରେ 3ଟି ଲେଖାଏଁ FM ଷ୍ଟେସନ ହେବାକୁ ଯାଉଥିବାବେଳେ ବ୍ରହ୍ମପୁରରେ ଆରମ୍ଭ ହେବ 4ଟି ନୂଆ ଏଫଏମ୍‌‌ ରେଡ଼ିଓ ଷ୍ଟେସନ୍‌‌। ବାଣିଜ୍ୟିକ ସହର ବ୍ରହ୍ମପୁରରେ ଏଫଏମ ଷ୍ଟେସନ୍‌‌ କରାଯିବାକୁ ଅନେକ ଦିନରୁ ଅପେକ୍ଷା ଥିଲା ବୋଲି ଗଞ୍ଜାମବାସୀ କହିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post