ଭୁବନେଶ୍ୱର: ରାଜ୍ୟରେ ବିଷାକ୍ତ ମଦ ନେଇଛି ୨୩୧ ମୁଣ୍ଡ । ନିକଟରେ ୨୦୧୯ ନିର୍ବାଚନବେଳେ ବିଷାକ୍ତ ମଦ ପିଇ ଭଦ୍ରକ ତିହିଡିରେ ୭ ଜଣ ମୃତ୍ୟୁବରଣ କରିଥିଲେ । ଓଡ଼ିଶାର ଗ୍ରାମାଞ୍ଚଳ ଗୁଡିକରେ ୪୩୩ ଗୋଟି ଦେଶୀ ଭାଟି ରହିଛି । ଚଳିତ ଆର୍ଥିକ ବର୍ଷରେ ଏହି ଦେଶୀଭାଟି ମାନଙ୍କରୁ ୨୨୭ କୋଟି ରାଜସ୍ବ ଆଦାୟ ହୋଇଛି ।
ଯାହାକି ରାଜ୍ୟର ଅବକାରୀ ରାଜସ୍ବର ୯ ଶତାଂଶ ଅଟେ । ରାଜ୍ୟରେ ଦେଶୀମଦ ଭାଟି ଗୁଡିକରେ ପାଉଚ୍ ଉତ୍ପାଦନ ପାଇଁ ୪୯୦ ଗୋଟି ମଦଭାଟିକୁ ଲାଇସେନ୍ସ ଦିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୨୩ କୋଟି ଲିଟର ଦେଶୀ ମହୁଲି ମଦ ଉତ୍ପାଦନ ହୋଇଛି । ରାଜ୍ୟରେ ମଦ ମୃତ୍ୟୁ ଓ କାରବାର ଉପରେ ବିଧାନସଭାରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର