୨୦୨୮ ଆମେରିକାର ଲସ୍ ଏଞ୍ଜେଲ୍ସରେ ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ

 

2028 Los Angeles Olympics


ଅର୍ଗସ ବ୍ୟୁରୋ:୧୮ ଦିନର ରୋମାଞ୍ଚ ସହ ଶେଷ ହୋଇଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲମ୍ପିକ୍ସ। ୨୦୨୮ରେ ଆମେରିକାର ଲସ୍ ଏଞ୍ଜେଲ୍ସ ଆୟୋଜନ ହେବ ୩୪ତମ ସଂସ୍କରଣ। ଗୋଟିଏ ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ମୋଟ ୬ଟି ପଦକ ସହ ୭୧ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ କିନ୍ତୁ ପ୍ୟାରିସ୍ ଅଲମ୍ପିକ୍ସରେ ଜିତିପାରିନି ସ୍ବର୍ଣ୍ଣ ପଦକ। ସୁଟର ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍ ଶ୍ରୀଜେଶ ଉଦଯାପନୀ ଉତ୍ସବରେ  ଭାରତର ଜାତୀୟ ପତାକା ଧରିଥିଲେ। ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି। ୧୨୪ ବର୍ଷ ଅଲମ୍ପିକ୍ସ ଇତିହାସରେ ଭାରତ ଜିତିଛି ୪୧ ପଦକ।

୨୦୨୦ ମସିହାରେ ଟୋକିଓ ଅଲମ୍ପିକ୍ସରେ ଭାରତ ଭାଗ ନେଇ ଐତିହାସିକ ବିଜୟ ରଚିବା ସହ  ମୋଟ ୭ଟି ମେଡାଲ ଜିତିଥିବାବେଳେ,ପ୍ୟାରିସ ଅଲମ୍ପିକ୍ସରେ  ଭାରତୀୟ ଆଥଲେଟ ମାତ୍ର ୬ଟି ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି,ପୂର୍ବଅପେକ୍ଷା ପଦକ ବଢିନାହିଁ ବରଂ ଛିଡିଛି। ୪୦ ସ୍ୱର୍ଣ୍ଣ ସହ ମୋଟ ୧୨୬ ପଦକ ସହ ଆମେରିକା ତାଲିକା ଶୀର୍ଷରେ ରହିଥିବାବେଳେ ଚୀନ୍ ୯୧ ପଦକ ସହ ଦ୍ବିତୀୟ ସ୍ଥାନରେ ରହିଛି ।


ଅନ୍ୟପଟେ ରେସଲର ଭିନେଶ ଫୋଗଟଙ୍କ ଯୁଗ୍ମ ରୌପ୍ୟ ଆବେଦନ ଉପରେ ୧୩ ତାରିଖ ରାୟ ପ୍ରକାଶ କରିବେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ । ଅଲମ୍ପିକ୍ସରେ ଭାଗନେଇଥିବା ଭାରତୀୟ ଖେଳାଳିଙ୍କ ପ୍ରୟାସ ଓ ପରିଶ୍ରମକୁ ସାଧୁବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ଆଥଲେଟ୍ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛନ୍ତି । ଆଗାମୀ ଅଭିଯାନ ପାଇଁ ଏହି କ୍ରୀଡ଼ା-ହିରୋମାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସୋଶାଲ ମିଡିଆରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ୟାରିସକୁ ଗୁଡ୍ ବାଏ ଅପେକ୍ଷା ଲସ୍ ଏଞ୍ଜେଲ୍ସକୁ

Post a Comment (0)
Previous Post Next Post