ମନ୍ଦିରରେ ଦଳାଚକଟା ; ୭ ମୃତ , ଅନେକ ଆହତ

 

7 Devotees Die In Stampede During Consecration Event At Bihar Temple

ଅର୍ଗସ ବ୍ୟୁରୋ : ବିହାର ଜେହନାବାଦ ଜିଲ୍ଲାର ବାବା ସିଦ୍ଧନାଥ ମନ୍ଦିରରେ ଦଳାଚକଟା । ଏହି ଦଳାଚକଟାରେ ୭ ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ୯ ଜଣ ଆହତ ହୋଇଥିବା ସୂଚନା ରହିଛି । ଶ୍ରାବଣ ଶେଷ ସୋମବାର ହୋଇଥିବାରୁ ମନ୍ଦିରରେ ପ୍ରବଳ ଭିଡ ଲାଗି ରହିଥିଲା ।

ଅଧିକ ପଢନ୍ତୁ : ଭୟଙ୍କର ବିମାନ ଦୁର୍ଘଟଣା , ୬୨ ଜଣଙ୍କ ମୃତ୍ୟୁ

ତେବେ ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥିତି ନିୟନ୍ତ୍ରଣ ଥିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । 

Post a Comment (0)
Previous Post Next Post