ଅର୍ଗସ ବ୍ୟୁରୋ : ଭାରତ ବିରୋଧୀ ମନ୍ତବ୍ୟ ଦେବାରୁ ପାକିସ୍ତାନୀ ଯାତ୍ରୀଙ୍କୁ ନିଜ କ୍ୟାବରୁ ଓହ୍ଲାଇଦେଲେ ଟାକ୍ସି ଡ୍ରାଇଭର। ରବିବାର ବିଳମ୍ବିତ ରାତିରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ। ଜଣେ ଭାରତୀୟ ଯୁବତୀ ଓ ତାଙ୍କ ପାକିସ୍ତାନୀ ପୁରୁଷ ବନ୍ଧୁ ରାତ୍ରି ଏକ ଟାକ୍ସିରେ ଯାଉଥିବା ବେଳେ ପାକିସ୍ତାନୀ ଯୁବକ ଦିଲ୍ଲୀ ବାସୀଙ୍କୁ ସ୍ବାର୍ଥପର କହି ଗାଳି ଦେଇଥିଲେ। ଏଥିରେ ଆପତ୍ତି ଦର୍ଶାଇଥିଲେ ଟାକ୍ସି ଡ୍ରାଇଭର।
ଅଧିକ ପଢନ୍ତୁ : ବାଂଲାଦେଶରେ ହିନ୍ଦୁ ଅତ୍ୟାଚାରକୁ ନେଇ ବିଭିନ୍ନ ଦେଶରେ ହିନ୍ଦୁ ବିକ୍ଷୋଭ
ଏହାପରେ ଭାରତୀୟ ଯୁବତୀ ଜଣଙ୍କ ନିଜ ପାକିସ୍ତାନୀ ବନ୍ଧୁଙ୍କୁ ସମର୍ଥନ ଜଣାଇ ଡ୍ରାଇଭରଙ୍କ ସାଙ୍ଗରେ ଯୁକ୍ତି କରିଥିଲେ ଆଉ କହିଥିଲେ ତାଙ୍କ ବନ୍ଧୁ କିଛି ଭୁଲ କହିନାହାନ୍ତି। ଶେଷରେ ଅଧାରାସ୍ତାରେ ଉଭୟ ଯୁବକ ଯୁବତୀଙ୍କୁ ନିଜ ଟାକ୍ସିରୁ ଓହ୍ଲାଇ ଦେଇଥିଲେ କ୍ୟାବ ଡ୍ରାଇଭର।
