ପ୍ରବଳରୁ ଅତି ପ୍ରବଳ ବର୍ଷିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ

 

Heavy to very heavy rains, preventing fishermen from going out to sea

ଭୁବନେଶ୍ୱର: ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ-ସଂଲଗ୍ନ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହୋଇ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି।  ଆସନ୍ତା ୩୬  ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଫଳରେ ଆଗାମୀ  ୩ ଦିନ ଅର୍ଥାତ ୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଂଟାରେ ପ୍ରବଳରୁ  ଅତି ପ୍ରବଳ  ବର୍ଷା ପାଇଁ ମାଲକାନଗିରି,  କୋରାପୁଟ ଓ  ନବରଙ୍ଗପୁର  ଜିଲାକୁ  ଅରେଞ୍ଜ  ବର୍ଣ୍ଣିଙ୍ଗ  ଜାରି  କରିଛି ପାଣିପାଗ ବିଭାଗ ।

ସେହିପରି  ପ୍ରବଳ ବର୍ଷା ପାଇଁ  ନୂଆପଡା, କଳାହାଣ୍ଡି, ରାୟଗଡା, ଗଂଜାମ ଓ ଗଜପତି  ୟେଲୋ ବର୍ଣ୍ଣିଙ୍ଗ  ଜାରି କରିଛି  ବିଭାଗ । ସେହିପରି  ବିଜୁଳି ଘଡଘଡିର ସତର୍କତାକୁ  ନେଇ ଅନୁଗୁଳ, ଢେଙ୍କାନାଳ ,ବୌଦ୍ଧ , କଳାହାଣ୍ଡି, କେନ୍ଦ୍ରାପଡା, ଭଦ୍ରକ ,ଯାଜପୁର, କଟକ,  ଜଗତସିଂପୁର,  ପୁରୀ, ଖୋର୍ଦ୍ଧା ଓ ନୟାଗଡରେ  ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିପରି   ଆସନ୍ତାକାଲି  ପ୍ରବଳରୁ ଅତି ପ୍ରବଳ  ବର୍ଷା ପାଇଁ ଗଜପତି,  ମାଲକାନଗିରି , କୋରାପୁଟ, ରାୟଗଡା ଓ ନବରଙ୍ଗପୁର ରେ ଅରେଞ୍ଜ ବର୍ଣ୍ଣିଙ୍ଗ  ସହ ପ୍ରବଳ ବର୍ଷା  ପାଇଁ  ନୂଆପଡା  କଳାହାଣ୍ଡି  ବଲାଙ୍ଗୀର କନ୍ଧମାଳ ଗଂଜାମ କୁ ୟେଲୋ ବର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ ବିଭାଗ। ସଦୃଶ ଲଘୁଚାପ  ଫଳରେ  ୧ ତାରିଖ ଯାଏ  ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ  କରାଯାଇଛି।  

ଅଧିକ ପଢନ୍ତୁ ଓଡିଶା ଖବର 

Post a Comment (0)
Previous Post Next Post