ଆସିଲାଣି ପାର୍ବଣ ଋତୁ, ଚାରିଆଡେ ଜମିବ ପୂଜାର ମାହୋଲ

 

Now the Parban season has arrived, the atmosphere of worship is everywhere

କଟକ:  ଆସିଲାଣି ପାର୍ବଣ ଋତୁ। ଚାରିଆଡେ ଜମିବ ପୂଜାର ମାହୋଲ। ଗଣେଶ ପୂଜା  ପରେ ପରେ  ଦୁର୍ଗାପୂଜା ରେ କମ୍ପିବ ସିଲଭରସିଟି କଟକ। ଏହି ସମୟରେ କିପରି ସହରର ପରିବେଶକୁ ସୁସ୍ଥ ଓ ଅପରାଧ ମୁକ୍ତ ରଖିବ ସେନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଅଭିଯାନ। ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ । ଏହି ସଚେତନତା ବାର୍ତ୍ତା କିପରି ସବୁ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଏକ ଗୀତ ହୋଇଛି ରେକର୍ଡ। ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ଙ୍କ କମ୍ପୋଜିସନ , ଏସପି କୃଷ୍ଣ ଚନ୍ଦ୍ର ସେଠିଙ୍କ ଲେଖା ଓ ଲିଡିଂ ଗାୟିକା ଦୀପ୍ତିରେଖାଙ୍କ କଣ୍ଠଦାନ ବଳରେ ଏହି ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ ଗୀତଟି ଆଜି କଟକ ମଧୁପାଟଣା ସ୍ଥିତ ମିଳନ ଷ୍ଟୁଡିଓ ରେ ରେକର୍ଡ କାରଯାଇଛି ।

ଯାହା ଆଗାମୀ ଦିନରେ ରିଲିଜ ହେବ। ସଙ୍ଗିତ ନିର୍ଦେଶକ ଙ୍କ ମତରେ ପୂଜା ଭସାଣି ସମୟରେ ଟୁଇନ ସିଟି ରେ ଅଧିକ ସ୍ଥାନରେ ଡିଜେ ବାଜିବା ଦ୍ୱାରା ସମାଜ ଉପରେ ପ୍ରଭାବ ପଡୁଛି। ଅତ୍ୟଧିକ ସାଉଣ୍ଡ ଦ୍ୱାରା ଶିଶୁ , ବରିଷ୍ଠ ସମାଜ ଓ ରୋଗାଗ୍ରସ୍ତ ବ୍ୟକ୍ତିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାବ୍ୟତୀତ ନିଶା କାରବାର ଯୋଗୁଁ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ତେଣୁ ଏହି ଉଭୟ ଦିଗ କୁ ରୋକାଗଲେ ଏକ ସରସ ସୁନ୍ଦର ପୂଜା ର ଆୟୋଜନ ହୋଇ ପାରିବ ବୋଲି କହିଛନ୍ତି ସେ। ପୂର୍ବରୁ ଶାନ୍ତି କମିଟି ପୂଜା କମିଟି ସହ ବୈଠକ ସମୟରେ ଏହି ଦିଗ ଉପରେ ଗୁରୁତ୍ୱ ଆରୋପ କରିଥିଲା କମିଶନରେଟ ପୋଲିସ। ଯାହାକୁ ସ୍ୱାଗତ କରିଥିଲେ ପୂଜା କମିଟି ସଦସ୍ୟ ।

ଅଧିକ ପଢନ୍ତୁ ଓଡିଶା ଖବର 

Post a Comment (0)
Previous Post Next Post