୨୩ଟି ଷ୍ଟାର୍ଟଅପ କମ୍ପାନୀଙ୍କୁ ଓ-ହବ ଯୋଗାଇ ଦେଇଛି କୋଟି କୋଟି ଟଙ୍କା

 ଭୁବନେଶ୍ୱର: ବିଧାନସଭାରେ ଉଠିଲା ଓ-ହବ୍ କେଳେଙ୍କାରୀକୁ ନେଇ ପ୍ରଶ୍ନ  । କେତେ ଅଣ ଓଡ଼ିଆଙ୍କୁ ଓ-ହବରୁ ମିଳିଛି ସରକାରୀ ପ୍ରୋତ୍ସାହନ, ସେନେଇ ପ୍ରଶ୍ନ ଉଠାଇଛନ୍ତି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା । ପବିତ୍ର ପ୍ରଶ୍ନ କରିଛନ୍ତି କେତେ ସଫଳ ଓଡ଼ିଆ ଉଦ୍ୟୋଗୀଙ୍କୁ ପ୍ରତ୍ସାହନ ଦେଇଛନ୍ତି ସରକାର ? କେତେ ଅଣଓଡ଼ିଆଙ୍କୁ ମିଳିଛି ଆର୍ଥିକ ସହାୟତା ? ଯାହାର ଉତ୍ତରରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉତ୍ତର ରଖିଛନ୍ତି ଓଡ଼ିଶା ବାହାରେ ପଞ୍ଜିକୃତ ୨୩ଟି ଷ୍ଟାର୍ଟଅପ କମ୍ପାନୀଙ୍କୁ ଥର ଥର କରି ଓ-ହବ ଯୋଗାଇ ଦେଇଛି କୋଟି କୋଟି ଟଙ୍କା । 

ସେଥିପାଇଁ ଓ-ହବର ଠିକା କାର୍ଯ୍ୟ ନିର୍ବାହୀ ଅଧକ୍ଷ ଓମ୍ କାର ରାୟଙ୍କ ଭୂମିକା ନେଇ ପୂର୍ବରୁ ବିବାଦ ଲାଗିରହିଥିବା ବେଳେ ତାଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି ବିଧାୟକ ପବିତ୍ର ସାଉଁତା । କେଉଁ ସ୍ବାର୍ଥରେ ଅଣ ଓଡ଼ିଆ କମ୍ପାନୀ ମାନଙ୍କୁ କୋଟି କୋଟି ଟଙ୍କା ବାଣ୍ଟି ଦିଆଗଲା ଓ ଗ୍ରାଣ୍ଟ ନେଇଥିବା କମ୍ପାନୀଙ୍କର ଅବସ୍ଥିତି ସନ୍ଦେହ ସୃଷ୍ଟି କରୁଥିବା କହିଛନ୍ତି ବିଧାୟକ । ଅଣ ଓଡ଼ିଆ ଅଧିକାରୀଙ୍କ ଦ୍ବାରା ଓଡ଼ିଆ ଉଦ୍ୟୋଗୀଙ୍କ ସ୍ବାର୍ଥ ସାଧନ ହୋଇପାରିବନି । 

ପୂର୍ବରୁ ଯୁବ ଉଦ୍ୟୋଗୀ ମାନେ ଓମକାର ରାୟଙ୍କୁ ଘେରିବା ସହ ଓ-ହବରେ ଚାଲିଥିବା ବଡ଼ ଧରଣର କେଳେଙ୍କାରୀଙ୍କୁ ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି । ପ୍ରକୃତରେ ଓଡ଼ିଶାର ଯୁବ ଉଦ୍ୟୋଗୀଙ୍କୁ ଆଗକୁ ବଢ଼ାଇବା ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚରେ ଓ- ହବର ନିର୍ମାଣ କରାଇଥିଲେ ବିଜେଡି ସରକାର । ହେଲେ ଓଡ଼ିଆ ଷ୍ଟାର୍ଟଅପ୍ ମାନଙ୍କୁ ଜାଗା ଦେବା ବଦଳରେ ବ୍ୟକ୍ତିଗତ ସ୍ବାର୍ଥ ଉଦ୍ଦେଶ୍ୟରେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁ ଓ-ହବରେ ଶାଗ ମାଛ ଦର ସ୍ଥାନ ଦିଆଯାଇଥିବା ନେଇ ଓମକାର ରାୟଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହୋଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post