ଅଜୟଙ୍କ ପାଇଁ ତାଙ୍କ ବାପାଙ୍କ ଠାରୁ ଗାଳି ଖାଉଥିଲେ ତବୁ

 ଅର୍ଗସ ବ୍ୟୁରୋ : ବଲିଉଡ ଆକ୍ଟର ଅଜୟ ଦେବଗନ ଖୁବ ଗମ୍ଭୀର ଦେଖାଯାଉଥିଲେ ମଧ୍ୟ ପ୍ରକୃତରେ ସେ ସେତିକି ଗମ୍ଭୀର ନୁହନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କୁ ସମସ୍ତେ ପ୍ରାଙ୍କଷ୍ଟାର ବୋଲି କୁହନ୍ତି । ଏହି ପ୍ରାଙ୍କ କରିବା ପାଇଁ ସେ ତବୁଙ୍କୁ ଅନେକ ଥର ନିଜ ବାପାଙ୍କ ପାଖରୁ ଗାଳି ଶୁଣାଇଛନ୍ତି ।କାରଣ ତବୁ ଏବଂ ଅଜୟ ଦେବଗନଙ୍କ ଯୋଡି ଏବଂ ତାଙ୍କ ଫ୍ରେଣ୍ଡସିପ କେତେ ନିବିଡ ତାହା ପ୍ରାୟ ସମସ୍ତଙ୍କୁ ଜଣା । ଉଭୟ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି । ଉଭୟ ନବେ ଦଶକର ହିଟ ଯୋଡି ଭାବେ ପରିଚିତ । ତାଙ୍କ ଫ୍ୟାନମାନେ ସେମାନଙ୍କୁ ସବୁବେଳେ ଷ୍ଟେଜ ଉପରେ ଦେଖିବାକୁ ଚାହିଁଥାନ୍ତି । ତେବେ ଏକ ସାକ୍ଷାତକାରରେ ତବୁ କହିଥିଲେ, ଅଜୟ ତାଙ୍କର ପିଲାବେଳର ସାଙ୍ଗ ଅଟନ୍ତି ।

ଅଧିକ ପଢନ୍ତୁ : ଭାଇରାଲ ହେଉଛି ଅମିତାଭଙ୍କ ଷ୍ଟାଚ୍ୟୁ

୧୨ ବର୍ଷରେ ଉଭୟ ଉଭୟଙ୍କୁ ଜାଣିଥିଲେ । ସେବେଠାରୁ ଉଭୟ ଘନିଷ୍ଠ ବନ୍ଧୁ ଅଟନ୍ତି । ସେଥିପାଇଁ ତବୁ ଅଝଙ୍କ ବାପା ବୀରୁ ଦେବଗନଙ୍କ ଠାରୁ ସବୁବେଳେ ଗାଳି ଶୁଣିଥାନ୍ତି । କାରଣ ତାଙ୍କ ବାପା ଜାଣିଛନ୍ତି, ଅଜୟଙ୍କ ସବୁ ସିକ୍ରେଟ ତବୁ ଜାଣିଛନ୍ତି । ସେଥିପାଇଁ ସେ ତାଙ୍କୁ ଲ୍ୟାଣ୍ଡଲାଇନରେ ଫୋନ କରି ଅଜୟଙ୍କ ବିଷୟରେ ପଚାରନ୍ତି । କିନ୍ତୁ ସାଙ୍ଗର ଭୁଲକୁ ଲୁଚାଇବା ପାଇଁ ତବୁ ଚୁପ ରୁହନ୍ତି । ତବୁ ଅଜୟଙ୍କର ପ୍ରଥମ ଫିଲ୍ମ ହେଉଛି 'ବିଜୟପଥ' । 

Post a Comment (0)
Previous Post Next Post