ଚିନ୍ତା ବଢାଉଛି ବାର୍ଡ ଫ୍ଲୁ , ମରାଗଲାଣି ୩୦ ହଜାର କୁକୁଡା

 

Bird flu is causing concern, 30,000 chickens have died

ଅର୍ଗସ ବ୍ୟୁରୋ : ସତ୍ୟବାଦୀ ଓ ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢିଛି ଚିନ୍ତା । ବର୍ତ୍ତମାନ ସୁଦ୍ଧା ୩୦ ହଜାର କୁକୁଡା ମରାଗଲାଣି । କୁକୁଡ଼ା ମାରିବା ପାଇଁ ୨୧ ଟିମ୍ ଓ ସାନିଟାଇଜ୍ ପାଇଁ ୧୦ଟି ଟିମ ଲାଗିଛି । ଚାଷୀଙ୍କୁ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ନିଷ୍ପତି ନେଇଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ କୁକୁଡ଼ା ପାଇଁ ୭୦ ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି ।

ଅଧିକ ପଢନ୍ତୁ : ପିପିଲିରେ ମଣିଷ ଦେହରେ ବାର୍ଡ ଫ୍ଲୁ ସନ୍ଦେହ ପରେ ସ୍ଵାସ୍ଥ୍ୟ ବିଭାଗ ତତ୍ପର

ଅଣ୍ଡା ପିଛା ୩ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଅଲଗା ଜିଲ୍ଲାକୁ କିପରି ନ ବ୍ୟାପିବ ବିଭାଗ ସଚେତନ ରହିଛି । ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି, ଆସିଲେ ଜଣାପଡ଼ିବ ସେ ଅଞ୍ଚଳରେ ବାର୍ଡ ଫ୍ଲୁ ଅଛି କି ନାହିଁ । ସେପଟେ ମଣିଷକୁ ସଂକ୍ରମଣ ହୋଇନାହିଁ ବାର୍ଡ ଫ୍ଲୁ । ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା ନେଗେଟିଭ ଆସିଛି । ନିରାକରଣ ଦୃଷ୍ଟିରୁ ଜଣଙ୍କୁ ଆଇସୋଲେଶନରେ ରଖାଯାଇଛି । ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ ସଜାଗ ରହିଛି। ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯାଇଛି । ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
 

Post a Comment (0)
Previous Post Next Post