ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ରଘୁନାଥ ନଗର 3 ନମ୍ଵର୍ ଗଳିରେ ଘଟିଛି ଏହି ହତ୍ୟାକାଣ୍ଡ। ବୁଧବାର ମଧ୍ୟ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ରଘୁନାଥ ନଗରର ଜଗତ ମଲିକ । ଜଗତ ଘରକୁ ଫେରୁଥିବା ସମୟରେ ପୁର୍ବରୁ ଲୁଚି ରହିଥିବା ଦୁବୃର୍ତ୍ତ ମାନେ ଜଗତଙ୍କ ପଛପଟୁ ଏକ ଧାରୁଆ ଅସ୍ତ୍ରାରେ ଆକ୍ରମଣ କରିଥିଲେ।
ଏକ ତରଫା ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇ ଯାଇଛି। ହତ୍ୟାକାଣ୍ଡ ପରେ ଜଣେ ଅଭିଯୁକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମ ସମର୍ପଣ କରିଛି। ତେବେ ଘଟଣାସ୍ଥଳରେ ଉତ୍ତେଜନାକୁ ଆଖି ଆଗରେ ରଖି ଖଣ୍ଡଗିରି ପୋଲିସ ଜଗି ରହିଛି ।
ଅଧିକ ପଢନ୍ତୁ ଓଡିଶା ଖବର