ପୋଲ ଉପରେ ୨ ଫୁଟର ବର୍ଷା ଜଳ ପ୍ରବାହିତ


 


ମାଲକାନଗିରି : ମାଲକାନଗିରିରେ ପୁଣି ବର୍ଷା ତାଣ୍ଡବ । ବୁଡ଼ିଲା କନ୍ୟାଶ୍ରମ ପୋଲ । କାଲିମେଳାରୁ ପଡିଆ ବ୍ଲକକୁ ଯାତାୟତ ବନ୍ଦ । ପୋଲ ଉପରେ ୨ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଛି ।

 ମାଲାକାନଗିରିରୁ ମୋଟୁ ସମେତ ଦୁଇ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଯାତିୟ ରାଜପଥ ଥିବା କାଙ୍ଗୁରୁକୁଣ୍ଡା ପୋଲ ଉପରେ ଚାଲିଛି ୨ଫୁଟର ପାଣି । ଝିପିଝିପି ବର୍ଷା ଲାଗିରହିଥ‌ିବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ସେହିପରି ପଡ଼ିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ  ଉପରେ ୨ ରୁ ୪ଫୁଟ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post