ଅଙ୍ଗନୱାଡ଼ିକୁ ପୋକ ଛତୁଆ ଭେଟି

 

Worms chatua the anganwadi

ଅର୍ଗସ ବ୍ୟୁରୋ:  କୋମଳମତି ଶିଶୁଙ୍କ ଖାଦ୍ୟରେ ସାଲୁବାଲୁ ହେଉଛନ୍ତି ପୋକ । ଆଉ ଛତୁଆରୁ ବାହାରୁଛି କୁଣ୍ଡା । ଜଗତସିଂପୁର ଏରସମା ବ୍ଳକରୁ ଆସିଛି ଏହି ଛତୁଆ ଦୁର୍ନୀତି ଅଭିଯୋଗ । ନୀଳକଣ୍ଠେଶ୍ଵର SHG ଗ୍ରୁପ୍ ଦ୍ଵାରା ପ୍ରସ୍ତୁତ ଛତୁଆରୁ କୁଣ୍ଡା ଆଉ କଳା କଳା ପୋକ ବାହାରୁଛି। ଛତୁଆରେ ବୁଟ, ଚିନାବାଦାମ, ଚିନିର ଉପଯୁକ୍ତ ପରିମାଣ ମିଶୁନଥିବା ବେଳେ ଅରୁଆ ଚାଉଳ ମିଶାଇ ନିମ୍ନ ମାନର ଛତୁଆ ବଣ୍ଟନ ହେଉଛି ବୋଲି ଅଭିଭାବକ ଅଭିଯୋଗ ଆଣିଛିନ୍ତି।

ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ନିମ୍ନମାନର ଛତୁଆ ପ୍ରସ୍ତୁତ ହେଉଥିବା ସ୍ବାକାର କରିଛନ୍ତି କେନ୍ଦ୍ରର ଜଣେ କର୍ମୀ। ନୀଳକଣ୍ଠେଶ୍ଵର SHG ଗ୍ରୁପ୍ ର ସମ୍ପାଦିକାଙ୍କ ଜାଣତରେ ଏଭଳି ଦୁର୍ନୀତି ଚାଲିଛି । ଏ ବିସୟରେ ବ୍ଲକ ପ୍ରଶସାନ ଅବଗତ ଥିଲେବି ଆପୋସ ସଲା ସୁତରାରେ ଏଭଳି ଖରାପ ଛତୁଆ ଯୋଗାଣ ହେଉଥିବା ଅଭିଯୋଗ ହୋଇଛି। ଗର୍ଭବତୀ ଓ ଶିଶୁଙ୍କୁ ସୁଷମ ଖାଦ୍ୟ ଯୋଗାଇବା ପାଇଁ ଅଙ୍ଗନୱାଡି କେନ୍ଦ୍ର ଦ୍ବାରା ଛତୁଆ ଯୋଗା ଯାଉଛି। ମାତ୍ର ସରକାରଙ୍କ ସୁଷମ ଖାଦ୍ୟ ବଣ୍ଟନରେ ବାଧକ ସାଜିଛି ଲାଭଖୋର ମନୋବୃତ୍ତି । ତେବେ ଏହି ଘଟଣାର ତଦନ୍ତ କରାନ ଗଲେ ଅନେକ ମହିଳା ଓ ଶିଶୁ ସୁଷମ ଖାଦ୍ୟ ପାଇବାରୁ ବଞ୍ଚିତ ହେବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post