ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର

 ରାଉରକେଲା:  ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ 6 ଜଣ ଆହତ ମଧ୍ୟରୁ କେ.କେ ବାରିକଙ୍କୁ ପ୍ଲାଣ୍ଟ ଭିତରେ ପ୍ରାଥମିକ ଚିକିତ୍ସା କରି ଛାଢ଼ି ଦିଆଯାଇଛି । ଆଉ 5 ଜଣ ଗୁରୁତରଙ୍କୁ ଆଇ.ଜି.ଏଚର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି ।

Sms 1 ସେଡ଼ରେ ପ୍ରତ୍ୟେକ ଦିନ ଜମେ ନିଆଁ ପିଣ୍ଡୁଳା । ଆଉ ସେହି ନିଆଁ ପିଣ୍ଡୁଳା ପ୍ରତ୍ୟେକ ଦିନ ସଂଫା ହେବା ଆବଶ୍ୟକ ତାହା ମଧ୍ୟ ତଳେ ପାଣି ନଥିବା ଜରୁରୀ । କିନ୍ତୁ ଅନେକ ଦିନ ହେଲା ସଫା ନହେବା ଫଳରେ ତଳେ ପାଣି ଲିକ୍ କରି ଜମିବା ହେଉଛି ଦୁର୍ଘଟଣାର କାରଣ । ସେଡ଼ ସଫା ସମୟରେ ନିଆଁ ପିଣ୍ଡୁଳା ପାଣିରେ ପଡ଼ି ବିସ୍ପୋରଣ ହେବା ଯୋଗୁଁ ହିଁ ଦୁର୍ଘଟଣା ଘଟିଛି । ଫଳରେ 5 ଜଣ ଗୁରୁତର ହୋଇଛନ୍ତି ।

ଶ୍ରମିକ ସଂଗଠନ କହିଛି ଯେ ରାଉରକେଲା ଷ୍ଟିଲ ପ୍ଳାଣ୍ଟ କେବଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବାବେଳେ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉନାହିଁ । ଫଳରେ ଏଭଳି ଦୁର୍ଘଟଣା ଘଟୁଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post