ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର। ମିଳିଥିବା ସୂଚନା ଅନୁଯାୟୀ ରବିବାର ୫ ପୋଲିସ୍ ଅଧିକାରୀଙ୍କୁ ନେଇ ଗୁଜରାଟ ଗାନ୍ଦୀନଗର ଯିବ କ୍ରାଇମବ୍ରାଞ୍ଚ ଟିମ୍,ଦୀନକୃଷ୍ଣ ମିଶ୍ରଙ୍କର ଲାଏ ଡିଟେକ୍ସନ, ବ୍ରେନ ମ୍ୟାପିଂ, ନାର୍କୋ ଟେଷ୍ଟ ସହ ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ,ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଟେଷ୍ଟ ରିପୋର୍ଟ ଆସିବା ପରେ ପୁଲିସ କେତେ କେତେ ସତ କହୁଛି,ତାହା ଉପରୁ ହଟିବ ପରଦା । ପଲିଗ୍ରାଫ ଟେଷ୍ଟ ଲାଗି କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା। ଏଥିଲାଗି କୋର୍ଟ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି। ଦେଖିବାକୁ ଗଲେ ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଭରତପୁର ଥାନାରେ କାର୍ଯ୍ୟରତ ଜଣେ ଏସ୍ଆଇଙ୍କୁ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବେ ଗ୍ରହଣ କରାଯାଇଛି। ତେଣୁ ସାକ୍ଷୀ ଭାବେ ତାଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ । ପରୀକ୍ଷାର ଫଳାଫଳ ଉପରେ କ୍ରାଇମବ୍ରାଞ୍ଚର ନଜର ରହିଛି । ଅନ୍ୟପଟେ । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ପରୀକ୍ଷାରେ ପାସ୍ କରିଗଲେ ତ ସବୁ ଠିକ୍,ଯଦି ଫେଲ୍ ମାରିଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମତ ଦେଇଛନ୍ତି ଆଇନ ବିଶାରଦ ମାନେ । ପଥରଗାଡ଼ିଆ ସୁନ୍ଦରପୁର ଛକ କ୍ରାଇମ ସ୍ପଟ୍ ପରେ ଭରତପୁର ଥାନାରେ କ୍ରାଇମସିନ୍ ରିକ୍ରିଏସନ୍ ଶେଷ ହୋଇଛି। ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ପହଁଚିବା ପରେ ତାଙ୍କୁ କିଏ ମାଡ଼ ମାରିଥିଲା , ସେଦିନ ଥାନାରେ କେତେଜଣ ପୋଲିସ ଅଧିକାରୀ ଥିଲେ , ମେଜରଙ୍କୁ କିଏ ମାଡ଼ ମାରିଥିଲେ , ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ତାଙ୍କୁ କେଉଭଳି ଭାବେ ନିର୍ଯାତନା ଦେଇଥିଲେ ଏସବୁ ତଥ୍ୟ କ୍ରାଇମବ୍ରାଞ୍ଚ ଆଗରେ ବଖାଣିଥିଲେ ମେଜର ଓ ତାଙ୍କ ବାନ୍ଧବି । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ ଶେଷ କରିଛି କ୍ରାଇମବ୍ରାଞ୍ଚ । । ଯାହାର ସମସ୍ତ ତଥ୍ୟ ଭିଡିଓ ଗ୍ରାଫି ମଧ୍ୟ କରାଯାଇଛି ।ତେବେ ଟେଷ୍ଟ ରିପୋର୍ଟ ଆସିବା ପରେ ଧରାପଡିବ କିଏ କହୁଥିଲା ସତ,ମେଜର ତାଙ୍କ ବାନ୍ଧବୀ ନା ପୋଲିସ୍ ଜଣାପଡିବ I