ଅର୍ଗସ ବ୍ୟୁରୋ: ଫସଲବୀମା ନେଇ ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ଚାଷୀଙ୍କୁ ହଇରାଣ କଲେ, କି ଟାଳଟୁଳ ନୀତି ଦେଖାଇଲେ କଡ଼ା ଆକ୍ସନ ନେବେ ସରକାର । ଫସଲବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ । ଏ ସମୟରେ ବୀମା କମ୍ପାନୀ ମାନେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର । 24 ତାରିଖ ଯାଏ 20 ହଜାରରୁ ଅଧିକ ଚାଷୀ ବୀମା ପାଇଁ ଆବେଦନ କରି ସାରିଲେଣି । ସେମାନଙ୍କୁ ବୀମା ପ୍ରଦାନ ନେଇ ବୀମା କମ୍ପାନୀ ଗୁଡିକ ଆଇନ ଅନୁଯାଇ କାମ କରିବା ଦରକାର ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ସେ ଆହୁରି ବି କହିଛନ୍ତି, ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଯାହା ଫଳରେ ମଣ୍ଡି ଖୋଲିବା ତାରିଖ ମଧ୍ୟ ଘୁଞ୍ଚାଇବାକୁ ବାଧ୍ୟ ହେଉଛି । ପରିସ୍ଥିତିକୁ ନଜରରେ ରଖି ପୁଣି ଥରେ ମଣ୍ଡି ଖୋଲିବା ସୂଚୀ ପ୍ରକାଶ ହେବ । ଲଗାତାର ବର୍ଷା ଯୋଗୁଁ ଏଯାଏଁ କ୍ଷୟକ୍ଷତି ଆକଳନ ହୋଇନି । କୃଷି ବିଭାଗ ସହ ଆଲୋଚନା ହୋଇଛି । ସମବାୟ ବିଭାଗର ବି ଭୂମିକା ଅଛି । କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ତାପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିତି ନେଇ ଅବଗତ କରାଯିବ ।
ଅଧିକ ଫଢ଼ନ୍ତୁ ଓଡିଶା ଖବର: