ଅର୍ଗସ ବ୍ୟୁରୋ : ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛିଦିନ ବାକି ଅଛି । ୨୦୨୫ ଆରମ୍ଭରେ ସମସ୍ତେ ନିଜପାଇଁ ନିଜ ପରିବାର ପାଇଁ ଖୁସି ଆଣିବାକୁ ଚାହିଁଥାନ୍ତି । ହେଲେ ପରିବାରକୁ ଖୁସି ରଖିବା ପାଇଁ ବାସ୍ତୁର ଖୁବ ଆବଶ୍ୟକତା ଅଛି । ବାସ୍ତୁ ଅନୁସାରେ ଯଦି ଆପଣ ନୂଆବର୍ଷର ପ୍ରଥମ ଦିନରେ ଏପରି କରୁଛନ୍ତି, ତେବେ ବର୍ଷ ତମାମ ଆପଣଙ୍କୁ ମା ଲକ୍ଷ୍ମୀଙ୍କ କୃପା ରହିବ । ଚଳିତ ବର୍ଷ ବୁଧବାର ପଡୁଛି ନୂଆବର୍ଷ । ଭଗବାନ ଗଣେଶଙ୍କର ପ୍ରିୟ ବାର ହେଉଛି ବୁଧବାର । ତେଣୁ ଜ୍ୟୋତିର୍ବିଦ୍ଙ୍କ ମୁତାବକ ଯଦି ପ୍ରଥମ ଦିନ ନିଜ ଘରେ ଏପରି କରନ୍ତି, ତେବେ ଶୁଭଫଳ ପ୍ରାପ୍ତି ହେବ । ତୁଳସୀ ମୂଳ ଘର ପାଇଁ ସବୁବେଳେ ଶୁଭଫଳ ଦେଇଥାଏ ।
ତେଣୁ ବର୍ଷ ଆରମ୍ଭର ପ୍ରଥମ ଦିନରେ ଆପଣ ତୁଳସୀ ଚେରକୁ ନିଜ ଘରର ପ୍ରଥମ କବାଟରେ ବାନ୍ଧିବା ଦ୍ବାରା ଦରିଦ୍ରତା ଦୂର ହେବାସହ ସବୁବେଳେ ମାଆ ଲକ୍ଷ୍ମୀଙ୍କ କୃପା ରହିଥାଏ । ଏହି ଉପାୟ ଦ୍ବାରା ଘରେ ଧନ ବଢିବା ସହ ପରିବାରର କୌଣସି ସଦସ୍ୟ କେବେ ବି କରଜରେ ରହିନଥାନ୍ତି । କୁହାଯାଏ ମା ଲକ୍ଷ୍ମୀ କେବେ ବି ଗୋଟିଏ ସ୍ଥାନରେ ସ୍ଥିର ରୁହନ୍ତି ନାହିଁ । କିନ୍ତୁ ଏହି ଉପାୟ କରିବା ଦ୍ବାରା ମା ଲକ୍ଷ୍ମୀ କେବେ ବି ଗୃହ ଛାଡିକି ଯାଇନଥାନ୍ତି । ତେଣୁ ଏଥିପାଇଁ ଏକ ନାଲି କପଡାରେ ତୁଳସୀର ଚେରକୁ ଚାଉଳ ସହ ସପଡାରେ ବାନ୍ଧି ଘରର ମୁଖ୍ୟ ଦ୍ବାରବନ୍ଧରେ ବାନ୍ଧି ଦିଅନ୍ତୁ ।
ତା ସହ ଆପଣ ଚାହିଁଲେ ମଧ୍ୟ ମାଆ ଲକ୍ଷ୍ମୀଙ୍କ ଚରଣ ପାଦୁକାକୁ ନିଜ ମୁଖ୍ୟ ଦ୍ବାରରେ ଲଗାଇ ପାରିବେ । ସ୍ବସ୍ତିଚିହ୍ନ ମଧ୍ୟ ଘର ପାଇଁ ସବୁବେଳେ ଶୁଭଫଳ ପ୍ରଦାନ କରେ । ସେଥିପାଇଁ ବର୍ଷ ଆରମ୍ଭରୁ ଯଦି ଏହି ସବୁ ଉପାୟ ଅବଲମ୍ବନ କରନ୍ତି, ତେବେ ଶୁଭଫଳ ନିଶ୍ଚିତ ପ୍ରାପ୍ତି ହେବ ।