ଗୋଟିଏ ଦିନରେ ଶନି ଚଳନକୁ ସୂର୍ଯ୍ୟଗ୍ରହଣ, ଏହି ୪ଟି ରାଶିଙ୍କର ବଦଳିବ ଭାଗ୍ୟ

 ଅର୍ଗସ ବ୍ୟୁରୋ : ନୂଆ ବର୍ଷ, ନୂଆ ଆଶା । ଅନେକ ସମ୍ଭାବନା ଅନେକ ସ୍ବପ୍ନକୁ ନେଇ ନୂଆବର୍ଷ ୨୦୨୫ ଦୂଆର ବନ୍ଧରେ କବାଟ ଖଟଖଟ କଲାଣି । ହେଲେ କେମିତି କଟିବ ୨୦୨୫ । କେଉଁ ରାଶି ପାଇଁ ଶୁଭଫଳ ପ୍ରାଦନ କରିବ ୨୦୨୫ । କେଉଁ ରାଶି ପାଇଁ ଶନି ଚଳନ ରହିବ । ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଶନି ରାଶିରେ ପରିବର୍ତ୍ତନ ଏବଂ ସୂର୍ଯ୍ୟଗ୍ରହଣ ଗୋଟିଏ ଦିନରେ ହେଉଥିବାରୁ ଏକ ଖାସ ସଂଯୋଗ କିଛି ରାଶି ପାଇଁ ହୋଇଛି । ଯାହା ସେହି ରାଶିଗୁଡିକ ପାଇଁ ଖୁବ ଶୁଭଫଳ ପ୍ରଦାନ କରିବ । ମାର୍ଚ୍ଚ ୨୯ରେ ଶନି ଚଳନ ଏବଂ ସୂର୍ଯ୍ୟଗ୍ରହଣ ଗୋଟେ ଦିନରେ ପଡିବ । ସେଥିପାଇଁ ଏହି ରାଶିପାଇଁ ଅଛି ଶୁଭଫଳ ।

ମୀନ ରାଶି
ମୀନ ରାଶି ପାଇଁ ଶନି ପରିବର୍ତ୍ତନ ଏବଂ ସୂର୍ଯ୍ୟଗ୍ରହଣର ସଂଯୋଗ ଖୁବ ଶୁଭ ଅଟେ । ଆୟ ବୃଦ୍ଧି ର ସଂକେତ ରହିଛି । ଚାକିରି କ୍ଷେତ୍ରରେ ଖୁବ ଭଲ ଫଳ ପ୍ରଦାନ କରିବ । ପଦୋନ୍ନତିର ସମ୍ଭାବନା ରହିଛି । ଏହି ରାଶିର ଲୋକମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ସବୁ କାର୍ଯ୍ୟରେ ସୁଖଦ ପରିଣାମ ମଳିବ ।

ଧନୁ ରାଶି
ଧନୁରାଶି ପାଇଁ ଶନି ଏବଂ ସୂର୍ଯ୍ୟଗ୍ରହଣର ସଂଯୋଗ ଅଧିକ ଲାଭ ରହିବ । ସବୁ କରଜରୁ ମୁକ୍ତି ମିଳିବ । ମନ ଖୁସି ରହିବ । ଆୟ ବୃଦ୍ଧି ହେବ । ସନ୍ତାନ ପ୍ରାପ୍ତି ହେବ ।

ତୁଳା ରାଶି
ତୁଳା ରାଶି ପାଇଁ ଏହି ସଂଯୋଗ ଖୁବ ଭାଗ୍ୟଶାଳୀ ଅଟେ । ଅଟକି ଯାଇଥିବା କାର୍ଯ୍ୟ ପୂରା ହେବ । ନିବେଶ ପାଇଁ ଏହି ସମୟ ଖୁବ ଉପଯୁକ୍ତ ଅଟେ । ଅତ୍ୟଧିକ ଲାଭ ମିଳିବାର ସଂଯୋଗ ରହିଛି ।

ମିଥୁନ ରାଶି
ମିଥୁନ ରାଶି ପାଇଁ ଶନି ଏବଂ ସୂର୍ଯ୍ୟଗ୍ରହଣ ଏକ ଲାଭଫଳ ପ୍ରଦାନ କରିବ । ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଲମ୍ବା ସମୟ ଧରି ଅଟକି ଥିବା କାର୍ଯ୍ୟ ପୁରା ହେବ । ଆର୍ଥିକ ଲାଭ ମିଳିବ । କିଛି ସମ୍ପତ୍ତି କିଣାବିକାର ଲାଭ ମଧ୍ୟ ପ୍ରାପ୍ତି ହେବ ।
Post a Comment (0)
Previous Post Next Post