ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ଫେବୃଆରୀରେ ଆୟୁଷ୍ମାନ ଲାଗୁ ହେଉଥିବାରୁ ସରକାରଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ । ଆଇଟି ଇଣ୍ଟିଗ୍ରେଟ ଉପରେ ବିଭାଗ କାର୍ଯ୍ୟ କରୁଛି । ନିକଟରେ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି । ୩୦ ହଜାର ହସ୍ପିଟାଲରେ କାର୍ଡ ଦ୍ଵାରା ଚିକିତ୍ସା ସୁବିଧା ମିଳିବ । ପ୍ରତି ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । Ekyc ଡାଟାବେସକୁ ଆଧାର କରି ଆୟୁଷ୍ମାନ ଭାରତ - ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ଦିଆଯିବ । ଯେଉଁ ମାନଙ୍କର Ekyc ହୋଇନାହିଁ ସେମାନଙ୍କ କଥା ମଧ୍ୟ ସରକାର ବିଚାରକୁ ନେବେ । ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି । ସେମାନଙ୍କ ନାକୁ ସରକାର ବିଚାରକୁ ନେବେ । ସରକାରଙ୍କ ପାଇଁ ଚଳିତ ବର୍ଷ ଗୁରୁତ୍ବପୁର୍ଣ ବର୍ଷ । ୨୦୨୫ ଶେଷ ବେଳକୁ ଟିବି ବା ଯକ୍ଷ୍ମା ମୁକ୍ତ ହେବ ଓଡ଼ିଶା ଓ ସାରା ଦେଶ । ସ୍ବାସ୍ଥ୍ୟ ବିଭାଗ ପାଇଁ ଗୁରୁତ୍ବପୂର୍ଣ୍ଣ । ନୂଆ ମେଡିକାଲ କଲେଜ ଖୋଲିବା ଓ ଡାକ୍ତର ନିଯୁକ୍ତି ଓ ଆୟୁଷ୍ମାନ ଲାଗୁ ହେବ ।