ଭାଙ୍ଗିଲା ଅହଙ୍କାର ! ସରକାର ଯିବା ପରେ ବୁଦ୍ଧି ପଶିଲା

 Highlights

ଭାଙ୍ଗିଲା ଅହଙ୍କାର ! ସରକାର ଯିବା ପରେ ବୁଦ୍ଧି ପଶିଲା
ହେଲିକପ୍ଟରରେ ଉଡ଼ୁଥିବା ନେତା ଏବେ କ୍ଷେତରେ ବୁଲୁଛନ୍ତି
ସରକାରରେ ଥିବା ବେଳେ ତ କାହାକୁ ଭେଟୁନଥିଲେ
ନେତା-ମନ୍ତ୍ରୀଙ୍କୁ ବି ଦେଖା କରୁନଥିଲେ

ଅର୍ଗସ ବ୍ୟୁରୋ:  ଦିନେ ଆକାଶରେ ଉଡ଼ି ଉଡ଼ି ସମୀକ୍ଷା କରୁଥିବା ନେତା ଅଜି ବିଲରେ ପହଞ୍ଚିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ... ଗାଁକୁ ଯାଇ ବିଲରେ ଚାଷୀଙ୍କୁ ଭେଟିବା ଘଟଣା... ଏବେ ରାଜ୍ୟ ରାଜନୀତିରେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଗତ ୨୪ ବର୍ଷରେ ଓଡ଼ିଶା କେତେ କ'ଣ ଦୁର୍ବିପାକ ଦେଖିଛି, ହେଲେ ସତ୍ତାରେ ଥାଇ ବି ଯେଉଁ ନେତା ଦିନେ ଘରୁ ବାହାରକୁ ଗୋଡ଼ କାଢ଼ିନଥିଲେ ଆଜି ବିରୋଧୀ ଦଳ ନେତା ହେବା ପରେ ଚାଷୀଙ୍କ କ୍ଷେତ ବୁଲି ଦେଖିଛନ୍ତି । ଆଉ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଖାଲି ସେତିକି ନୁହେଁ ଚାଷୀଙ୍କ ହକ୍‌ ପାଇଁ ସରକାରଙ୍କ ଆଗରେ ଦାବି ରଖିଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ଆଜି ଚାଷୀଙ୍କ କଥା ମନେ ପଡ଼ିଲା । ଯେତେବେଳେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ.. ନିଜେ ସରକାର ଚଳାଉଥିଲେ, ସେତେବେଳେ ଚାଷୀଙ୍କ କଥା କେତେ ବୁଝିଥିଲେ । ଚାଷୀଙ୍କ ପାଖକୁ କେତେ ଥର ଯାଇଥିଲେ । ଏବେ ଚାଷୀଙ୍କ ପାଖକୁ ଯାଇ ଫଟୋ ଛାଡ଼ିବାର କାରଣ କ'ଣ ? ଏହା କେବଳ ପବ୍ଲିସିଟି ପାଇଁ ନୁହେଁ ତ ? ଗତ ୨୪ ବର୍ଷରେ ନବୀନଙ୍କ ସରକାର ଚାଷୀଙ୍କ ପାଇଁ କରିଥିଲା କ'ଣ ?

ନବୀନଙ୍କ ୨୪ ବର୍ଷର ଶାସନ କାଳରେ... ଚାଷୀଙ୍କ ପାଇଁ ଅବଶ୍ୟକୀୟ କୋଲ୍ଡ ଷ୍ଟୋରେଜ ନାହିଁ । ଚାଷୀଙ୍କ ନାଁରେ କାଳିଆ ଯୋଜନା କରି ଦଳୀୟ କର୍ମୀଙ୍କୁ ଟଙ୍କା ବାଣ୍ଟିଲେ । ରାଜଧାନୀରେ ଚାଷୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚାଷୀଙ୍କୁ ପିଟିଲେ । ପାଣି ମାଡ଼ କଲେ... ଗିରଫ ବି କଲେ । ପୋଲିସ ଲଗାଇ ଚାଷୀଙ୍କ ଖାଦ୍ୟକୁ ବି ଫିଙ୍ଗି ଦେଇଥିଲେ । ଚାଷୀଙ୍କୁ ରାଜଧାନୀ ଭିତରେ ପୁରାଇ ଦେଇନଥିଲେ । ଚାଷୀଙ୍କ ପ୍ରାଇସ-ପ୍ରେଷ୍ଟିଜ-ପେନ୍‌ସନ୍ ଦାବିକୁ ନବୀନ ସରକାର ତିଳେ ହେଲେ ବି କର୍ଣ୍ଣପାତ କରିନଥିଲେ ।

ଆଉ ଏବେ କ୍ଷେତକୁ ଯାଇ ବିଭିନ୍ନ ଆଙ୍ଗେଲରୁ ଫଟୋ ସୁଟ୍ କରି... କ'ଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ନବୀନ । ଏହା କେବଳ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ନୁହେଁ ତ ଆଉ କ'ଣ ?



ଅଧିକ ପଢ଼ନ୍ତୁ ରାଜନୀତି ଖବର:

Post a Comment (0)
Previous Post Next Post