Highlights
ଧନୁଯାତ୍ରାର ଆଜି ଦ୍ଵିତୀୟ ଦିବସ । ଆଜି ରାଜ ଦରବାରରେ ପ୍ରକମ୍ପିତ ହେବ ମହାରାଜା କଂସଙ୍କ ଅଟ୍ଟହାସ୍ୟ ।
ବରଗଡ: ଧନୁଯାତ୍ରାର ଆଜି ଦ୍ଵିତୀୟ ଦିବସ । ଆଜି ରାଜ ଦରବାରରେ ପ୍ରକମ୍ପିତ ହେବ ମହାରାଜା କଂସଙ୍କ ଅଟ୍ଟହାସ୍ୟ । ମଥୁରା ନଗରୀରେ ରାଜ କରିବେ ଭୋଜ ବଂଶର ଅଧିପତି । ସନ୍ଧ୍ୟା ହେଲେ ଆଲୋକ ମାଳାରେ ଝଲସିବ ପୂରା ମଥୁରା । ସେହିପରି ଆଜି ସମଲେଶ୍ୱରୀ ମନ୍ଦିରସ୍ଥିତ କାରାଗାରରେ ଦେବକୀ ଓ ବାସୁଦେବଙ୍କ କୋଳ ମଣ୍ଡନ କରିବେ ଶ୍ରୀକୃଷ୍ଣ । କଂସଙ୍କ ଠାରୁ ଲୁଚାଇ ଶ୍ରୀକୃଷ୍ଣଙ୍କୁ ଗୋପପୁରରେ ଛାଡ଼ିବେ ବାସୁଦେବ । ଆଜି ଦୁମିଳା ରାକ୍ଷସ ବଦ୍ଧ ସହ ରାଜମହଲର ହେବ ଉଦଘାଟନ । ଆଜି ରାଜ ଦରବାରରେ ରାଜ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।