ଡ୍ରାଇଭରକୁ ନିଦ ଲାଗିଲେ ବାଜିବ ସାଇରନ

 Highlights

ଏଣିକି କମିବ ଦୁର୍ଘଟଣା । ଡ୍ରାଇବରକୁ ନିଦ ଲାଗିଲେ ବା ଆଖି ଖୋଲା ଥାଇ ମଧ୍ୟ ଅନ୍ୟମନସ୍କ ହେଲେ ବାଜିବ ସାଇରନ ।

ଭୁବନେଶ୍ୱର: ଏଣିକି କମିବ ଦୁର୍ଘଟଣା । ଡ୍ରାଇବରକୁ ନିଦ ଲାଗିଲେ ବା ଆଖି ଖୋଲା ଥାଇ ମଧ୍ୟ ଅନ୍ୟମନସ୍କ ହେଲେ ବାଜିବ ସାଇରନ । ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ । ଏନେଇ ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । IIT ମାଡ୍ରାସ ସହ ଅନ୍ୟମାନଙ୍କ ସାଙ୍ଗରେ ଚୁକ୍ତି ହୋଇଛି ।


ଡ୍ରାଇଭର ଆଖି ଟିକେ ପଡିଗଲେ କିମ୍ବା ଆଖି ଖୋଲା ଥାଇ ମଧ୍ୟ ଯଦି ଅନ୍ୟମନସ୍କ ଭାବେ ଗାଡି ଚଳାଏ ତେବେ ଏହି ସ୍ମାର୍ଟ ଡିଭାଇସ ସାଇରନ୍ ଦେବ । ମଦ ପିଇ ଗାଡି ଚଳେଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ ଯାହା ଡ୍ରାଇଭରକୁ ସଚେତନ କରାଇବ ।


Road hypnotisimକୁ ମଧ୍ୟ ଏଡେଇବ ଏହି ଡିଭାଇସ । ବସ୍ ମାଲିକମାନେ ମଧ୍ୟ ଏହି ଟେକ୍ନୋଲୋଜି ତାଙ୍କ ପାଖରେ ପହଁଞ୍ଚିଇବା ପାଇଁ କହୁଥିଲେ । ସରକାର ଏ ବାବଦରେ ବଜେଟ୍ ମଧ୍ୟ ଆଣିବେ । ଆସନ୍ତା ବଜେଟରେ ଏହା ଲାଗୁ ହୋଇପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।


ସେହିପରି ଓଡିଶା ଯାତ୍ରୀ ଆପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଲା, ଉବେର ଏ ସବୁ କମରସିଆଲ ବେସିସ । ଅର୍ଥାତ ମିଡ଼ିଲ ମ୍ୟାନ ଲାଭବାନ ହେଉଛି । ଡ୍ରାଇଭରମାନଙ୍କଠାରୁ କମିଶନ ନେଉଛି କମ୍ପାନୀ । ସେହି ସବୁ ହଟେଇବା ପାଇଁ ସ୍ଵଚ୍ଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ଆପ କରାଯାଇଛି ।


ଓଡିଶା ଯାତ୍ରୀ ପ୍ରବାସୀ ଭାରତୀୟ ଦିବସରେ ମଧ୍ୟ ଲାଗିବ । ସୁରକ୍ଷିତ ଭାବେ ଯାତ୍ରୀ ଏଥିରେ ଯାଇପାରିବେ । ଏହା CRUT ଟେକନିକାଲ ହ୍ୟାଣ୍ଡଲ କରୁଛି ଏବଂ ଆପ୍ ଓଡିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ବୋଲି କହିଛନ୍ତି ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ । ତେବେ ଦିନକୁ ଦିନ ଦୁର୍ଘଟଣା ବଢୁଥିବାବେଳେ ଏପରି ସ୍ମାର୍ଟ ଡିଭାଇସ ଦୁର୍ଘଟଣା କମାଇବାରେ ସାହାଯ୍ୟ କରିବ ।

Post a Comment (0)
Previous Post Next Post