ଅର୍ଗସ ବ୍ୟୁରୋ : ଆମେରିକାର ଝିଅ ଓଡିଆ ବୋହୁ । ଆଉ ଓଡିଆ ବୋହୁ ହେବାପରେ କିପରି ନିଜର ଶାଶୁଘରେ ନିଜ ଜୀବନ ବିତାଉଛନ୍ତି, ତାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ବିଦେଶିନୀ ହାନାହ୍ । ସେ ଆମେରିକାର ଝିଅ ଅଟନ୍ତି । ହେଲେ ଓଡିଶାର ପୁଅ ଦୀପକଙ୍କୁ ବିବାହ କରିଛନ୍ତି । ଏବଂ ନିଜ ଶାଶୁ , ଶଶୂର, ସ୍ବାମୀଙ୍କ ସହ ବ୍ୟାଙ୍ଗଲୋରରେ ରହୁଛନ୍ତି । ନିଜ ସ୍ବାମୀଙ୍କ ପରିବାର କିପରି ତାହା ସେ ନିଜର ପ୍ରତ୍ୟେକ ଭିଡିଓ ମାଧ୍ୟମରେ ଦେଖାଇଛନ୍ତି । ଏବଂ ଲେଖିଛନ୍ତି, ଓଡିଆ ପୁଅକୁ ବିବାହ କରିବା ପରେ ତାଙ୍କର ଜୀବନଶୈଳୀ ପରିବର୍ତ୍ତନ ହୋଇଯାଇଛି । ଓଡିଆ ସଂସ୍କୃତି, ପରମ୍ପରା ତାଙ୍କୁ ଖୁବ ପ୍ରଭାବିତ କରିଛି । ପ୍ରକୃତରେ ଓଡିଆ ଲୋକମାନେ ବହୁତ ସ୍ନେହୀ ଏବଂ ଭଲ ମଣିଷ ।
ତାଙ୍କୁ ତାଙ୍କ ଶାଶୁଘର ପରିବାରରେ ଖୁବ ଭଲପାଇବା , ଶ୍ରଦ୍ଧା, ସ୍ନେହ ମିଳୁଛି । ସେମାନଙ୍କୁ ମୁଁ ମୋ ଶାଶୁଶଶୂର ଭାବେ ପାଇଥିବାରୁ ଗର୍ବ ଅନୁଭବ କରେ । ସବୁ ଝିଅଙ୍କୁ ଏପରି ପରିବାର ମିଳିବା ନିହାତି ଦରକାର । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏପରି ଭିଡିଓ ଶେୟାର କରିଛନ୍ତି । ସେ ଭିଡିଓରେ ସେ ନିଜ ଶାଶୁଙ୍କ ସହ ଖାଇବା ତିଆରି କରୁଛନ୍ତି, ନିଜ ଶଶୁରଙ୍କ ସହ ସେ ଚେସ ଖେଳୁଛନ୍ତି, ତାଙ୍କ ଶାଶୁ ତାଙ୍କୁ ଶାଢୀ ପିନ୍ଧାଇ ଦେଉଛନ୍ତି । ସେ ନିଜ କ୍ୟାପସନରେ ଏହା ମଧ୍ୟ ଲେଖିଛନ୍ତି, ଯେହେତୁ ତାଙ୍କର ପରମ୍ପରା, ତାଙ୍କର ଜୀବନଶୈଳୀ ପୂର୍ବରୁ ଅଲଗା ଥିଲା, ସେଥିପାଇଁ ତାଙ୍କୁ ଏଠାରେ ପ୍ରଥମେ ନିଜକୁ କିଛି ମାତ୍ରାରେ ପରିବର୍ତ୍ତନ କରିବାକୁ ପଡିଥିଲା । ପରେ ତାଙ୍କୁ ତାଙ୍କ ଶାଶୁଘର ପରିବାର ଖୁବ ପସନ୍ଦ ଆସିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ ଅନ୍ୟ ୟୁଜର୍ସ ମାନେ ତାଙ୍କ ଶାଶୁ ଶ୍ବଶୁରଙ୍କୁ ଖୁବ ପ୍ରଶଂସା କରିଛନ୍ତି ।
