ଆଳୁ ଚାଷ ଉପରେ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର

 ଅର୍ଗସ ବ୍ୟୁରୋ: ଆଗାମୀ ଦିନରେ ଆଳୁର ଅଭାବ ରହିବ ନାହିଁ ଆଳୁ ଚାଷ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ରାଜ୍ୟରେ ଆଳୁ ଚାଷ ଉପରେ ଗୁରୁତ୍ତ୍ଵ ଦିଆଯାଉଛି । ଗତକାଲି କୃଷି ମନ୍ତ୍ରୀଙ୍କ ଏ ବିଷୟରେ ଆଲୋଚନା ହୋଇଛି, ଚଳିତ ବର୍ଷ 6 ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ । ପ୍ରତି ବର୍ଷ 3 ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୁଏ, କିନ୍ତୁ ଆବଶ୍ୟକତା ହେଉଛି 14 ଲକ୍ଷ ମେଟ୍ରିକ ଟନ । 11 ଲକ୍ଷ ମେଟ୍ରିକ ଟନ ଆମେ ଅନ୍ୟ ରାଜ୍ୟ ଗୁଡିକଠାରୁ ଆମଦାନୀ ହୁଏ । ଏଥର କୃଷି ମନ୍ତ୍ରୀ କହିଛନ୍ତି 6 ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ । ଆଗକୁ ଆହୁରି ଅଧିକ ଯୋଜନା କରାଯିବ । ଆଗାମୀ ଦିନରେ ଆଳୁର ଅଭାବ ରହିବ ନାହିଁ ବୋଲି କହଇଛନ୍ତି ଯୋଗାଣ ମନ୍ତ୍ରୀ।


Post a Comment (0)
Previous Post Next Post