ପୁଣି ପନ୍ନୁର ଧମକ, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ଦେବାପାଇଁ ଧମକପୂର୍ଣ୍ଣ ମେଲ୍

 ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ରହିବାକୁ ପୁଣି ପନ୍ନୁର ଡ୍ରାମା । ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ମିଡିଆରେ ଚର୍ଚ୍ଚାରେ ରହିବାକୁ ଧମକପୂର୍ଣ୍ଣ ମେଲ୍ କରୁଛି । ପ୍ରବାସୀ ଭାରତୀୟ ଦିବସକୁ ଭଣ୍ଡୁର କରିବାକୁ ଏକ ଧମକପୂର୍ଣ୍ଣ ମେଲ୍ କରିଛି । ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ସତର୍କ ରହିବାକୁ ଧମକ ଦେଇଛି । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲ୍‌କୁ ଆସିଛି ଧମକପୂର୍ଣ୍ଣ ମେସେଜ୍‌ ।

ଭିଡିଓ ମାଧ୍ୟମରେ ଧମକପୂର୍ଣ୍ଣ ମେଲ୍ ଦେଇଛି ଆତଙ୍କବାଦୀ ଗୁରୁପନ୍ତ ସିଂହ ପନ୍ନୁ । ପୂର୍ବରୁ ଭୁବନେଶ୍ବରରେ ଆୟୋଜିତ ଡିଜି ସମ୍ମିଳନୀ ସମୟରେ ବି ଧମକ ଦେଇଥିଲା ପନ୍ନୁ ।

Post a Comment (0)
Previous Post Next Post