‘ସ୍ତ୍ରୀ-୨’ ପରେ ଶ୍ରଦ୍ଧା ସାଇନ କଲେ ୩ଟି ପ୍ରୋଜେକ୍ଟ

 ଅର୍ଗସ ବ୍ୟୁରୋ:  ଶ୍ରଦ୍ଧା କପୁରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ୨୦୨୪ ଶ୍ରଦ୍ଧା କପୁରଙ୍କ ପାଇଁ ଚମତ୍କାର ବର୍ଷ ଥିଲା । ‘ସ୍ତ୍ରୀ-୨’ ରିଲିଜ୍‌କୁ ୪ ମାସ ବିତିଗଲାଣି । ଶ୍ରଦ୍ଧାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟକୁ ଚାତକ ପରି ଅପେକ୍ଷା କରିଛନ୍ତି ଫ୍ୟାନ୍‌ । ତାଜା ଖବର ଅନୁସାରେ, ଫ୍ୟାନ୍‌ଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଶ୍ରଦ୍ଧା ସ୍ପଷ୍ଟ କରିଛନ୍ତି, ସେ ଗୋଟିଏ ନୁହେଁ, ୩ଟି ନୂଆ ଫିଲ୍ମ ସାଇନ୍‌ କରିଛନ୍ତି । କିନ୍ତୁ ଫିଲ୍ମର ଟାଇଟଲ୍‌ ଘୋଷଣା କରିନାହାନ୍ତି । ଏ ବର୍ଷ ନୂଆ ଲୁକ୍‌ ନୂଆ ଭୂମିକାରେ ଦର୍ଶକଙ୍କୁ ସର୍‌ପ୍ରାଇଜ୍‌ ଦେବେ ଶ୍ରଦ୍ଧା । ଅନ୍ୟପକ୍ଷେ, ଅନେକ ଇଣ୍ଟର୍‌ନେଟ୍‌ ୟୁଜର୍‌ କହିଛନ୍ତି, ନୂଆ ଫିଲ୍ମରେ ସେମାନେ ଶ୍ରଦ୍ଧାଙ୍କଠୁ କିଛି ବେଶି ଆଶା କରୁନାହାନ୍ତି ।

ଶ୍ରଦ୍ଧାଙ୍କ ଅଭିନୟ ଦକ୍ଷତାକୁ ସେମାନେ ସମାଲୋଚନା କରିଛନ୍ତି । କିଛି ୟୁଜର୍‌ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ବିଷୟରେ ଅନୁମାନ କରିଛନ୍ତି । ଫିଲ୍ମମେକର୍‌ ନିଖିଲ ଦ୍ୱିବେଦୀ ‘ନାଗିନ୍‌’ରେ ଶ୍ରଦ୍ଧାଙ୍କୁ ସାଇନ୍‌ କରିଛନ୍ତି । ‘କ୍ରିଶ୍‌୪’ରେ ଋତ୍ୱିକ ରୋଶନଙ୍କ ଅପୋଜିଟ୍‌ରେ ସେ ଆସିପାରନ୍ତି ବୋଲି ଖୁବ୍‌ ଚର୍ଚ୍ଚା ହେଉଛି । ଶ୍ରଦ୍ଧାଙ୍କ ଅଭିନୀତ ହରର୍‌ କମେଡି ‘ସ୍ତ୍ରୀ-୨’ କେବଳ ଦର୍ଶକୀୟ ଆଦୃତି ପାଇଲା ତାହା ନୁହେଁ, ବକ୍ସ ଅଫିସ୍‌ ରେକର୍ଡ ବି ଭାଙ୍ଗିଲା । ରାଜକୁମାର ରାଓଙ୍କ ସହ ତାଙ୍କ ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରି ଇଣ୍ଡଷ୍ଟ୍ରିରେ ସବୁଠୁ ଚର୍ଚ୍ଚାର ବିଷୟ ଥିଲା।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Post a Comment (0)
Previous Post Next Post