Highlights
ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ
୨୮ ଦିନରେ ଚଳଚଞ୍ଚଳ ରଥଖଳା
ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ ସଜା
ଚିନ୍ତା ବଢାଉଛି କୋଭିଡ୍
୧- ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ….. ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଯୋଗୁଁ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ୍…..ଜ୍ୟେଷ୍ଠ ଶୁକ୍ଳ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ହେବ `ବନକଲାଗି' ନୀତି ....ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଦର୍ଶନ ବନ୍ଦ୍ ରହିବ….....
୨- ୨୮ ଦିନରେ ଚଳଚଞ୍ଚଳ ରଥଖଳା... ଚାଲିଛି ତିନି ରଥର ଚାରି ନାହାକା, ପୋଲ ଗୟଳ, ଗରଗରା କାମ... ସରିଛି ୩୯ ଚକ... ଆଉ ୩ଟି ଚକ ହେବ ପ୍ରସ୍ତୁତ... ଶୀତଳ ଷଷ୍ଠୀ ସୁଦ୍ଧା ଶେଷ ହେବ ଅଖ ଚକ ସଂଯୋଗ କାମ...୩- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଦୀର୍ଘ ୭ବର୍ଷ ପରେ ଆସିଲା ରାୟ: ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ ସଜା ସହ ୫୦ ହଜାର ଜରିମାନା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ
୪- ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଏନଏଚ୍ ୧୮ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା... ଟ୍ରାକ୍ଟରକୁ ଧକ୍କା ଦେଇ ଚମ୍ପଟ ମାରିଲା ଟ୍ରକ୍... ୨ମୃତ, ୩ ଗୁରୁତର... ସେପଟେ ରାୟଗଡ଼ାକେ ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍... ଦୁଇ ମୃତ..
୫- ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ଓ ଜଗଜ୍ଜନନୀ ମା ପାର୍ବତୀଙ୍କର ପତରପେଣ୍ଡି ସମ୍ପନ୍ନ ... ଭବ୍ୟ ପଟୁଆରରେ ଘଣ୍ଟ, ଶଙ୍ଖ, ଦୁଲୁଦୁଲି, ଧମାଲ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର ...ବରପକ୍ଷଙ୍କୁ କନ୍ୟା ଘର ତରଫରୁ ଭବ୍ୟ ସ୍ୱାଗ ... ଆଜି ଦେବ ନିମନ୍ତ୍ରଣ...
୬- ଚିନ୍ତା ବଢାଉଛି କୋଭିଡ୍ ... ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ... ତୀବ୍ର ହେଉଛି ଭାରିଆଣ୍ଟ NB 1.8.1 ସଂକ୍ରମଣ....ଗତ ସପ୍ତାହେ ମଧ୍ୟରେ ଦେଶରେ ୭୫୨ଟି ନୂଆ ମାମଲା....କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ......ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
୭- ଦେଶରେ କୋଭିଡ ସ୍ଥିତିକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଦିନ 12ଟାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଭିଡିଓ କନଫରେନ୍ସିଂରେ ପ୍ରତି ରାଜ୍ୟର ସ୍ବାସ୍ଥ୍ୟ ସଚିବ ଏବଂ ଅଧିକାରୀ ସାମିଲ ହେବେ ।
୮- ଷ୍ଟେଜ ୨ ଯକୃତ କର୍କଟ ସହିତ ଲଢୁଛନ୍ତି ଦୀପିକା କକ୍କର, ପୁଅକୁ ନେଇ ଭାବବିହ୍ବଳ ପୋଷ୍ଟ କରିଛନ୍ତି ସେପଟେ ଡାକ୍ତରମାନେ କହିଛନ୍ତି ଯେ ଏହା ସମୟ ମଧ୍ୟରେ ଚିହ୍ନଟ ହୋଇଥିବାରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ
୯- କ୍ବାଲିଫାୟର-୧ରେ ପଞ୍ଜାବ VS ବେଙ୍ଗାଲୁରୁ: ରିଷଭ ପନ୍ତଙ୍କ ପରାକ୍ରମୀ ଶତକକୁ ଫିକା କରିଛନ୍ତି ଜିତେଶ ଶର୍ମା ଓ ମୟଙ୍କ ଅଗ୍ରୱାଲ.....ଗତକାଲି ଏକାନାରେ ହୃଦୟ ଜିତିଲା ଆରସିବି....ସେପଟେ ବିରାଟ କୋହଲିଙ୍କ ଖୁସି ଦେଖି ଚଳିତ ଆଇପିଏଲ ଟ୍ରଫି ଆଶାରେ RCB ଫ୍ୟାନ୍ସ
୧୦- ବଙ୍ଗୋପସାଗରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନଟ ଲଘୁଚାପ... ୨୪ ଘଣ୍ଟାରେ ଉତ୍ତର ଆଡକୁ ଗତି କରି ଅବପାତରେ ହେବ ପରିଣତ... ପ୍ରଭାବରେ ୩୧ ଯାଏଁ ପ୍ରବଳ ବର୍ଷା ସମ୍ଭାବନା... ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ... ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ... ସେପଟେ ୨ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ..